Latest Odisha News

BREAKING NEWS

ଏହି ପେସ ବୋଲର ନିଜକୁ କହୁଥିଲେ କ୍ରିକେଟର ବ୍ଲାକ ବ୍ରାଡ ପିଟ

ୱେଷ୍ଟଇଣ୍ଡିଜର ଜଣେ ପେସ ବୋଲର ନିଜକୁ କ୍ରିକେଟର ବ୍ଲାକ ବ୍ରାଡ ପିଟ ବୋଲି କହନ୍ତି । ଏହି ପେସରଜଣଙ୍କ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି । ଟିନୋ ବେଷ୍ଟ ଯେତେବେଳେ ନିଜ ଆତ୍ମଜୀବନୀରେ ଏହି ସବୁ ଖୁଲାସା କଲେ କ୍ରିକେଟ ଦୁନିଆ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା । ସେ ୱେଷ୍ଟଇଣ୍ଡିଜ ପକ୍ଷରୁ ୨୫ଟି ଟେଷ୍ଟ ମ୍ୟାଚ ଖେଳି ୫୭ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୨୬ ଦିନିକିଆରେ ୩୪ ୱିକେଟ ନେଇଛନ୍ତି ।

୨୦୦୫ରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୧ ବଲରେ ୪ଟି ୱିକେଟ ନେଇଥିଲେ । ଅବଶ୍ୟ ତାଙ୍କର ଏହି ବୋଲିଂ ପ୍ରଦର୍ଶନ ସତ୍ୱେ ୱେଷ୍ଟଇଣ୍ଡିଜ ୧୩୬ ରନରେ ମ୍ୟାଚ ହାରି ଯାଇଥିଲା । ଆରମ୍ଭରୁ ଭଲ ବୋଲିଂ ପ୍ରଦର୍ଶନ କରି ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ମାତ୍ର ଆନ୍ତର୍ଜାତୀୟ କ୍ରିକେଟରେ ସେ ବେଶୀ ଦିନ ତିଷ୍ଠି ପାରି ନ ଥିଲେ । ବେଷ୍ଟଙ୍କ ପ୍ରଥମ ପ୍ରେମିକାଙ୍କ ନାମ ମେଲିସା ଥିଲା । ମେଲିସାଙ୍କଠାରୁ ଅଲଗା ହେବା ପରେ ବେଷ୍ଟଙ୍କ ଚରିତ୍ର ପ୍ଲେ ବୟ ପରି ହୋଇ ଯାଇଥିଲା । ତେବେ କ୍ରିକେଟ ତାଙ୍କର ସର୍ବଦା ପ୍ରଥମ ପ୍ରେମ ଥିଲା ବୋଲି କହିଛନ୍ତି । ଅଷ୍ଟ୍ରେଲିଆ ମହିଳାଙ୍କୁ ସେ ବେଶ ପସନ୍ଦ କରୁଥିଲେ ।

ସେ ବିଭିନ୍ନ ଦେଶର ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ମଧ୍ୟ ଅଷ୍ଟ୍ରେଲିଆ ମହିଳା ନିଆରା ବୋଲି କହିଥିଲେ । ସେମାନେ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦେବା ସହ ଗ୍ଲାମରସ ବୋଲି ବେଷ୍ଟ କହିଛନ୍ତି । ୨୦୧୨ରେ ଇଂଲଣ୍ଡ ବିପକ୍ଷ ଏଜବେଷ୍ଟନ ଟେଷ୍ଟରେ ସେ ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସ୍ମରଣୀୟ ୯୫ ରନର ଇନିଂସ ଖେଳିଥିଲେ । ୨୦୧୪ରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିଥିଲେ ।

Comments are closed.