Latest Odisha News

BREAKING NEWS

ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣ ଅନୁମତି ଦେବା ଆବଶ୍ୟକ। ନିକଟରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ପାଇଁ ସରକାର ଅନୁମତି ଦେଇଛନ୍ତି।

ଟିକାକରଣ ପରେ ସ୍ତନ୍ୟପାନ କରାଇବାରେ କୌଣସି ଅସୁବିଧା ନାହିଁ ବୋଲି ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) କହିଛନ୍ତି।

ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଜଣେ ମହିଳା ନିଜ ଶିଶୁର ପ୍ରସବ ପରେ ଯେକୌଣସି ସମୟରେ କରୋନା ଟିକାକରଣ କରିପାରିବେ।

ଦିଲ୍ଲୀର ୟୁନିଭରସିଟି କଲେଜ ଅଫ୍ ମେଡିକାଲ ସାଇନ୍ସ ଏବଂ ଜିଟିବି ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡା. ଖାନ ଆମୀର ମାରୁଫ କହିଛନ୍ତି ଯେ ଟିକାକୃତ, ସ୍ତନ୍ୟପାନ କରାଉଥିବା ମା’ଙ୍କଠାରୁ ନବଜାତକ ପାଇଁ କୌଣସି ବିପଦ ନାହିଁ।

ପ୍ରସବ ପରେ ଟିକାକରଣ ବିଳମ୍ବ କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ଏଥିସହ ସେ କହିଛନ୍ତି ଯେ ଟୀକାକରଣକୁ ଦୃଷ୍ଟିରେ ରଖି ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ନାହିଁ।

Leave A Reply

Your email address will not be published.