Latest Odisha News

BREAKING NEWS

ବିନା ପୋଷାକରେ ରୁହନ୍ତି ମହିଳା, ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏହି ପ୍ରଥା

ଦୁନିଆ ବହୁତ ବଡ ଏବଂ ବିଚିତ୍ର । ଏହାର ପ୍ରତ୍ୟେକ କୋଣରେ ରହୁଥିବା ଲୋକମାନଙ୍କର ରୀତିନୀତି ଓ ପରମ୍ପରା ମଧ୍ୟ ଭିନ୍ନ । ଆମ ରୀତିନୀତି ବିଷୟରେ ତ ଆମେ ଜାଣୁ । ହେଲେ  ଏମିତି କିଛି ପ୍ରଥା, ପରମ୍ପରା ରହିଛି ଯାହା ଆମେ ଜାଣିନୁ । ଜାଣିଲେ ବି ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏମିତି ଏକ ପ୍ରଥା ରହିଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାଣିକର୍ଣ୍ଣା ଉପତ୍ୟକାରେ  । ଏହା ଏମିତି ଏକ ପରମ୍ପରା ଯାହା ମହିଳାଙ୍କ ଅସ୍ତିତ୍ୱକୁ କ୍ଷତି ପହଞ୍ଚାଇଥାଏ । ତଥାପି ଲୋକେ ଏହାକୁ ଗ୍ରହଣ କରିଛନ୍ତି ଏବଂ ସମ୍ମାନ ଦେଉଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ,  ମାଣିକର୍ଣ୍ଣା ଉପତ୍ୟକାରେ  ଏପରି ଏକ ଗାଁ ଅଛି ଯେଉଁଠାରେ ମହିଳାମାନେ ବର୍ଷରେ କିଛି ଦିନ  ବିନା ପୋଷାକରେ ରୁହନ୍ତି ।

BjdElectrycity

ଉପତ୍ୟକାରେ ଏହିପରି ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି । ପିନି ଗ୍ରାମରେ ରହୁଥିବା ମହିଳାମାନଙ୍କୁ ବର୍ଷକୁ ୫ଦିନ ବିନା ପୋଷାକରେ ରହିବାକୁ ପଡିଥାଏ । ଏହି ପରମ୍ପରା ଶ୍ରାବଣ ମାସରେ ପାଳନ କରାଯାଏ । ଏହି ସମୟରେ ମହିଳାମାନେ ପୁରୁଷଙ୍କ ସାମ୍ନାକୁ ଆସନ୍ତି ନାହିଁ ଏବଂ ଘର ଭିତରେ ତାଲା ପକାଇ ରୁହନ୍ତି ।

ଏହି ପ୍ରଥାକୁ ନେଇ ଗାଁରେ ଏକ ଲୋକ କଥା ରହିଛି । ଏହି ଲୋକ କଥା ଅନୁସାରେ, ଶତାବ୍ଦୀ ପୂର୍ବରୁ ଜଣେ ରାକ୍ଷାସ ଥିଲା, ଯିଏ ଗାଁର ବିବାହିତା ମହିଳାମାନଙ୍କୁ ନେଇଯାଉଥିଲା । ଯଦି କୌଣସି ମହିଳା ସୁନ୍ଦର ପୋଷାକ ପିନ୍ଧୁଥିଲେ, ସେ ସେମାନଙ୍କୁ ନେଇ ନିର୍ଯାତନା ଦେଉଥିଲା । ଶେଷରେ ଦେବତାମାନେ ତାକୁ ହତ୍ୟା କରି ମହିଳାମାନଙ୍କୁ ଉଦ୍ଧାର କରିଥିଲେ ।

ସେବେଠାରୁ ଏହି ପରମ୍ପରା ଚାଲିଆସୁଛି । ଯଦି କୌଣସି ମହିଳା ଏପରି ନ କରନ୍ତି ତେବେ ଏହା ଅଶୁଭ ବୋଲି ମନାଯାଏ । ହେଲେ ସମୟ ସହିତ ଏହି ପରମ୍ପରାରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଆସିଛି । ଏବେ ମହିଳାମାନେ ୫ଦିନ ପର୍ଯ୍ୟନ୍ତ ପତଳା ପୋଷାକ ପିନ୍ଧି ରହୁଛନ୍ତି ।

Leave A Reply

Your email address will not be published.