Latest Odisha News

ନବ ଦାସ ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଗଲେ ଡିଜିପି: କହିଲେ-ତଦନ୍ତ ପାଇଁ ସମୟ ଲାଗିବ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ବିତି ଗଲାଣି ।  ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି,   ରୋଚକ ମୋଡ ନେଉଛି ଘଟଣା । କିନ୍ତୁ ସତ ବାହାରୁନି । ଗତକାଲି ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା ।   ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଆଜି ଯାଇଥିଲେ ପାେଲିସ ମହା ନିର୍ଦ୍ଦେଶକ  ସୁନିଲ କୁମାର ବଂଶଲ  ।

ବଂଶଲ ଆଜି ସକାଳେ ବରିଷ୍ଠ ଅଧିକାରୀଙ୍କ ସହ କ୍ରାଇମ ସ୍ପଷ୍ଟକୁ ଯାଇଛନ୍ତି। ସେ କହିଛନ୍ତି,  ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ଟିକିନିଖି ତଦନ୍ତ କରାଯାଉଛି । ତେଣୁ ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ତେବେ  ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରୁଥିବାବେଳେ  ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅଧିକ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଥିଲେ ବଂଶଲ ।

ଏଠି କହିରଖିବୁ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରେ ଜଣେ ପୋଲିସ ଗୁଳିକରି ହତ୍ୟା କଲେ । ଏପରି ଏକ ହାଇ ପ୍ରୋଫାଇଲ ହତ୍ୟାରେ ପୋଲିସ ମହା ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ନ ଥିବାରୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଥିଲା । ଏପରିକି ବିରୋଧୀ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏହା ସୁଚିନ୍ତିତ ଷଡଯନ୍ତ୍ର ବୋଲି ବିରୋଧି ତୁମ୍ଭିତୋଫାନ କରିଥିଲେ ।

ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଆଜି କ୍ରାଇମ ସ୍ପଟକୁ ଯାଇଛନ୍ତ । ଜଷ୍ଟିସ ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି । ଆଜି ସକାଳେ ଜଷ୍ଟିସ ଦାସ ବ୍ରଜରାଜନଗର କ୍ରାଇମ ସ୍ପଟକୁ ଯାଇ ଘଟଣାର ଟକିନିଖି ଅନୁଧ୍ୟାନ କରିଛନ୍ତି ।

ଜଷ୍ଟିସ ଦାସ ଗତକାଲି ଝାରସୁଗୁଡାରେ ପହଞ୍ଚିଥିବାବେଳେ ଆଜି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବାେଥ୍ରାଙ୍କ ସହ କଡା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ଗାନ୍ଧି ଚୌକ ଯାଇଥଲେ । ଏଡିଜି ଅରୁଣ ବୋଥ୍ରା ତାଙ୍କୁ ତଦନ୍ତର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ ।

ଜଷ୍ଟିସ ଦାସ କ୍ରାଇମ ବ୍ରାଞ୍ଚ ତଦନ୍ତର ଦିଗକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳ ବାର ହୋଇଥିବା କ୍ରାଇମ ସିନ ରିକ୍ରିଏସନ ତଦନ୍ତର ଧାରାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ସେ  କହିଛନ୍ତି  । ତେବେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ଦାସ ।

 

Leave A Reply

Your email address will not be published.