Latest Odisha News

ଅଜବ ନିୟମ: ଚାକିରି ପାଇବାକୁ ହେଲେ ମହିଳା ଦିଅନ୍ତି ପ୍ରେଗ୍ନେସି ଟେଷ୍ଟ୍

ବେଜିଂ: ଏହି ଯୁଗଟି ପ୍ରତିଯୋଗିତା ଯୁଗ ପାଲଟିଛି। ସମଗ୍ର ବିଶ୍ୱରେ ଚାକିରି ପାଇବା ପାଇଁ ଚାଲିଛି ପ୍ରତିଯୋଗିତା। ଲୋକଙ୍କୁ ଭଲ ଚାକିରି ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡେ। କିନ୍ତୁ ଆମ ପୃଥିବୀରେ ଏପରି ଏକ ଦେଶ ଅଛି, ଯେଉଁଠି ଚାକିରି ପାଇଁ ଅଜବ ନିୟମ ତିଆରି କରାଯାଇଛି। ଯାହାକୁ ଶୁଣି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଜିଆଙ୍ଗସୁ ରାଜ୍ୟର ନାନ୍‌ଟୋଙ୍ଗ ଜିଲ୍ଲାରେ ଏପରି ୧୦ଟି କମ୍ପାନୀ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା ଯାହାକି ବେଆଇନ ତଥା ଗୁପ୍ତ ଭାବରେ ସାକ୍ଷାତକାର ପାଇଁ ଆସିଥିବା ମହିଳାଙ୍କ ଉପରେ ଗର୍ଭଧାରଣ ପରୀକ୍ଷା କରିଥିଲା। ଯଦି ମହିଳା ଜଣଙ୍କ ଗର୍ଭଧାରଣ କରିଥାନ୍ତି ତେବେ ତାଙ୍କୁ ଚାକିରି ଦିଏନାହିଁ କମ୍ପାନୀ। ଆଉ ଏହି ସବୁ ମହିଳାଙ୍କ ବିନା ଅନୁମତିରେ ଗର୍ଭ ପରୀକ୍ଷା କରୁଥିଲେ ଏହି ଦେଶର କମ୍ପାନୀ।

ଅଭିଯୋଗ ଅନୁଯାୟୀ, ଏହି କମ୍ପାନୀଗୁଡିକ ବିନା ଅନୁମତିରେ ବେଆଇନ ଭାବେ ମହିଳାଙ୍କ ଗର୍ଭଧାରଣ ପରୀକ୍ଷା କରନ୍ତି। ଯେତେବେଳେ ତଦନ୍ତ କରାଗଲା, ଦେଖାଗଲା ଯେ ଏହି କମ୍ପାନୀଗୁଡିକ ମହିଳାଙ୍କ ସମାନ ନିଯୁକ୍ତି ସୁଯୋଗର ଅଧିକାରକୁ ଉଲ୍ଲଂଘନ କରୁଛନ୍ତି। ଏହି କମ୍ପାନୀମାନେ ଚାକିରି ଦେବା ପାଇଁ ମହିଳାଙ୍କ ପ୍ରେଗ୍ନେସି ଟେଷ୍ଟ କରି ଚାକିରି ପ୍ରଦାନ କରୁଥିଲେ। ଏହି ଖବର ସତ୍ୟତା ଜାଣିବା ପରେ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଯେତେବେଳେ ଜଣେ ମହିଳା ତଦନ୍ତ ସମୟରେ ଗର୍ଭବତୀ ହୋଇଥିଲେ, ତାଙ୍କୁ ଚାକିରି ଦିଆଯାଇନଥିଲା। କୁହାଯାଏ ଯେ ଚାଇନାର ନିୟମ ପୂର୍ବ ଚାକିରି ପ୍ରକ୍ରିୟାରେ ଗର୍ଭଧାରଣ ପରୀକ୍ଷାକୁ ବେଆଇନ ବୋଲି ବିବେଚନା କରେ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚୀନ୍‌ର ଅଜବ ନିୟମ ଉପରେ ସମସ୍ତେ ଚର୍ଚ୍ଚା କରୁଛନ୍ତି।

Comments are closed.