ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ।
ବୈଠକରେ ସିପିଆଇ, ଡିଏମକେ, ସମାଜବାଦୀ ପାର୍ଟି, ଜେଏମଏମ, ଆରଜେଡି, ଶିବସେନା, ଆପ, ଆରଏସପି ଦଳର ପ୍ରମୁଖ ସାଂସଦ ମାନେ ଯୋଗ ଦେଇଥିଲେ। କିନ୍ତୁ ବିଡମ୍ବନାର କଥା ହେଲା ଓଡିଶାର ଶାସକ ଦଳ ବିଜେଡିର କୌଣସି ସାଂସଦ ଏହି ବୈଠକରେ ଯୋଗ ଦେଇନଥିଲେ। ରାଜ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଏକ ମୁଦ୍ଦା କରିସାରିଛି ବିଜେଡି। ହେଲେ ରାଜଧାନୀ ଦିଲ୍ଲୀରେ ଯେତେବେଳେ ଏହାକୁ ନେଇ ବିରୋଧୀ ଆଲୋଚନା କରି ସଂସଦରେ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି ସେତେବେଳେ ଅଣ ଏନଡିଏରେ ଥାଇ ସୁଦ୍ଧା ଏହି ପ୍ରସଙ୍ଗରେ ବିଜେଡି ଚୁପ୍ ରହିଛି। ନିକଟରେ କେ. କବିତା ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ସଂସଦରେ ପାରିତ କରାଇବା ଦାବିରେ ଦିଲ୍ଲୀରେ ଧାରଣ ଦେଇଥିଲେ । ଯାହାକୁ ୧୮ଟି ଦଳ ସମର୍ଥନ ଦେଇଥିଲେ। ହେଲେ ବିଜେଡି ଉଁ କି ଚୁଁ ନକହି ନିରବ ରହିଛି।
କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛି ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିରେ ହାଜର ହେବାକୁ ଆସିଛନ୍ତି କବିତା। ଧ୍ୟାନ ହଟାଇବାକୁ ଯାଇ ବିଆରଏସର ଏହି ଏମଏଲସି ଏପରି ଧାରଣା ଦେଉଛନ୍ତି। ମାର୍ଚ୍ଚ ୧୧ ରେ କବିତା ନଅ ଘଣ୍ଟା ଧରି ଇଡିରେ ହାଜର ହୋଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ହୋଇଥିବା ଅନିୟମିତତା ମାମଲାରେ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଆଜି ମଧ୍ୟ ଏହି ପ୍ରସଙ୍ଗରେ ଇଡିରେ କେ କବିତା ହାଜର ହେବାର ଅଛି।
Comments are closed.