Latest Odisha News

ଦିଲ୍ଲୀରେ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନାର ନିଆଁ : ଗୁଣପୁରରେ ତାତି

ଗୁଣପୁର: ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଓ ଦିଲ୍ଲୀ ପୋଲିସର ଦମନଲୀଳା ପ୍ରତିବାଦରେ ବିଜେପି ସାଂସଦ ବ୍ରିଜ ଭୂଷଣ ସରଣ ସିଂ ଙ୍କ ଗିରଫ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସିପିଆଇଏମଏଲ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ଗୁଣପୁର ପୁରୁଣା ବସଷ୍ଟାଣ୍ଡଠାରେ ପ୍ରତିବାଦ କରାଯିବା ସହ ସାଂସଦ ବ୍ରିଜ ଭୁଷଣ ସିଂ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦିଜୀ ଦେଶର ମା ଏବଂ ମହିଳା ଙ୍କୁ ଅସମ୍ମାନିତ କରୁଛନ୍ତି । ଜଣେ ମହିଳା କୁସ୍ତି ଖେଳାଳିଙ୍କୁ ଯୈାନ ନିର୍ଯାତନା ଦେବା ଘଟଣା ନିନ୍ଦନୀୟ ଅଟେ । ଆଉ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ । କିନ୍ତୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ୍ୱ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନାହିିଁ । ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ମୋର୍ଚ୍ଚା ଦାବି କରିଛି ।

Leave A Reply

Your email address will not be published.