ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ସହ ଘରେ ରହୁଥିଲେ। ଶୁକ୍ରବାର ରାତିରେ ପୁଅ ସନା ଟଙ୍କା ମାଗିଥିଲେ। କିନ୍ତୁ ତ୍ରିବେଣୀ ଦେଇନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ଶନିବାର ସକାଳେ ତ୍ରିବେଣୀଙ୍କ ଶକ ଘର ଭିତରେ ପଡ଼ିରହିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ। ଏନେଇ ତାରସିଙ୍ଗି ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅ ସନାଙ୍କୁ ଅଟକ ରଖିଛି।
BREAKING NEWS
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
Comments are closed.