Latest Odisha News

BREAKING NEWS

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର :  ଲେମ୍ବୁପାଲି ଗାଁ ରେ ଖେଳିଯାଇଛି ହାତୀ ଆତଙ୍କ  । ଭୟରେ ଦିନ କାଟୁଛନ୍ତି ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀ ପଲ I ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି I କୁମ୍ଭାରମୁଣ୍ଡା ଫରେଷ୍ଟର ଦୀନେଶ କୁମାର ମାଝିଙ୍କ ସହ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀପଲକୁ ଜଙ୍ଗଲ ଆଡକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି I ତେବେ ହାତି ପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି  ।

Leave A Reply

Your email address will not be published.