Latest Odisha News

BREAKING NEWS

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ବଢ଼ିଲା ଓସିଏ କର୍ମଚାରୀଙ୍କ ଟେନସନ

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି। ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ ହୋଇଥିବା ଗୁରୁଡ଼ିଝାଟିଆ ପୋଲିସ ସ୍ପଷ୍ଟ କରିଛି।

ତେବେ ରାଜଶ୍ରୀଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ଆସିନାହିଁ। ହେଲେ ଶ୍ବାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ରହିଛି। ସେହିପରି ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ଏବେ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସଚନା ରହିଛି।

ହେଲେ ଏବେ ଜବତ ହୋଇଥିବା ହାତଲେଖା ନୋଟ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ ହେବା ପରେ ଓସିଏ କର୍ମଚାରୀଙ୍କ ଟେନସେନ ବଢିଛି। କାରଣ ମୃତ୍ୟୁ ପୂର୍ବରୁ ହାତଲେଖା ନୋଟରେ ରାଜଶ୍ରୀ ଅନେକ ଓସିଏ କର୍ମକର୍ତ୍ତାଙ୍କ ନାଁ ଉଲ୍ଲେଖ କରିଥିଲେ। ଯେଉଁମାନଙ୍କ ପାଇଁ ସେ ଟିମରେ ସାମିଲ ହୋଇପାରିନଥିଲେ ଏବଂ ତାଙ୍କୁ ଦଳରେ ସେତିକି ଗୁରୁତ୍ୱ ମିଳୁନଥିଲା ଯାହା ସେ ଆଶା ରଖିଥିଲେ ବୋଲି ଚିଠିରେ ଉଲ୍ଲେଖ ରହିଛି।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିଠିରେ ଯେଉଁସବୁ ନାଁ ରହିଛି ସେମାନଙ୍କୁ ଏଯାବତ ପୋଲିସ ତଦନ୍ତପରିସରଭୁକ୍ତ କରିନାହିଁ। ରାଜଶ୍ରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଉ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ହେଲେ ପୋଲିସ ସେହି ଓସିଏ କର୍ମକର୍ତ୍ତାଙ୍କୁ ଜେରା ନକରିବା ହତ୍ୟା ପଛରେ ଷଡଯନ୍ତ୍ରର ଦିଗକୁ ସନ୍ଦେହ ଘେରକୁ ଆଣିଛି।

ଏହି ଘଟଣାରେ ଚୌଦ୍ୱାର ଏସଡିପିଓ ତଥା ତଦନ୍ତ ଅଧିକାରୀ ସତ୍ୟବ୍ରତ ଲେଙ୍କା କହିଛନ୍ତି, ରାଜଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲା। ଏବେ ହ୍ୟାଣ୍ଡ ରାଇଟିଂ ରିପୋର୍ଟ ହସ୍ତଗତ ହୋଇଛି। ସୋମବାର ସବିଶେଷ ତଥ୍ୟ ସୂଚନା ମିଳିବ।

ଉଲ୍ଲେଖଯୋଗ୍ୟ, ଚିଠିରେ ରାଜଶ୍ରୀ ଓସିଏର ଦୁଇ ଜଣଙ୍କ ନାଁ ନେଇଛନ୍ତି । ଏହି ୨ ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଜଣେ ତାଙ୍କର କୋଚ ଏବଂ ଅନ୍ୟ ଜଣେ ଓସିଏର ସଦସ୍ୟ । ଉଭୟଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।  ଏହି ଓସିଏ ସଦସ୍ୟଙ୍କ ନାଁ ମାଣ୍ଡେଲା ସାର ବୋଲି ଉଲ୍ଲେଖ କରିଛନ୍ତି ରାଜଶ୍ରୀ । ଚୟନ କମିଟିରେ ମାଣ୍ଡେଲା ନଥିଲେ ବି ଖେଳାଳି ଚୟନରେ ତାଙ୍କର ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି। ଜାନୁଆରୀ ୧୩ ତାରିଖରେ ଗୁରୁଡିଝାଟିଆ ଅଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

 

 

Comments are closed.