Latest Odisha News

BREAKING NEWS

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଏଇଠି କେତେ ସ୍ବାଧୀନ ମୁସଲିମ ମହିଳା? 

ନୂଆଦିଲ୍ଲୀ: ମହିଳାମାନଙ୍କ ଅଧିକାରକୁ ନେଇ ବିଶ୍ବର ବିଭିନ୍ନ ସ୍ଥାନମାନଙ୍କରେ ଭିନ୍ନତା ଦେଖାଯାଏ। ମହିଳାମାନଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ପାଳନ କରାଯାଏ ‘ବିଶ୍ବ ମହିଳା ଦିବସ’।

ମହିଳାଙ୍କ ଅଧିକାରକୁ ନେଇ ସମାଜରେ ସୃଷ୍ଟି ହୋଇଛି ସଚେତନତା। କିଛି ଦେଶମାନଙ୍କରେ ଶିକ୍ଷା, ରୋଜଗାର ଓ ସାମାଜିକ ସ୍ଥରରେ ସଶକ୍ତ ହୋଇପାରିଛନ୍ତି ମହିଳା। କିନ୍ତୁ ଏମିତି କିଛି ସ୍ଥାନ ରହିଛି, ଯେଉଁଠି ମହିଳାମାନେ ନିଜର ମୌଳିକ ଅଧିକାର ପାଇଁ ଆଜି ବି ସଂଘର୍ଷ କରୁଛନ୍ତି। ମୁସଲିମ ଦେଶ ମାନଙ୍କରେ ଏହି ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେଉଥିବା ଦେଖିବାକୁ ମିଳୁଛି। ଡ୍ରେସ ପିନ୍ଧିବା ଶୈଳୀ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ତଲାକରୁ ଆରମ୍ଭ କରି ସମ୍ପତ୍ତି ଅଧିକାର ପର୍ଯ୍ୟନ୍ତ ମହିଳାଙ୍କ ସ୍ଥିତିକୁ ନେଇ ଏକ ରିପୋର୍ଟ ସାମନାକୁ ଆସିଛି। ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଆସନ୍ତୁ ଜାଣିବା, ମୁସଲିମ ଦେଶମାନଙ୍କରେ କିପରି ରହିଛି ମହିଳାଙ୍କ ସ୍ବାଧୀନତା?

ପୋଷାକ ପିନ୍ଧିବାରେ କେତେ ସ୍ବାଧୀନତା ?

ପ୍ରାୟତଃ ମହିଳାମାନଙ୍କର ପୋଷାକ ପ୍ରତି ଅଧିକ ଦୁର୍ବଳତା ଥିବା ଦେଖାଯାଏ। ୟୁନିଭର୍ସିଟି ଅଫ ମିଶିଗନ ରିପୋର୍ଟ ମୁତବକ, ଇସଲାମିକ ଦେଶରେ ପୋଷାକକୁ ନେଇ ରହିଛି ମତଭେଦ। ଲେବନାନରେ ୪୯ ପ୍ରତିଶତ ମହିଳା ବିନା ହିଜାବରେ ପୋଷାକ ପିନ୍ଧିବାକୁ ଚାହୁଁଥିବା ବେଳେ, ସାଉଦୀ ଆରବର ୧୧ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଶରୀରକୁ ଢାଙ୍କି ରଖିବାକୁ ଠିକ ବୋଲି ମନେ କରନ୍ତି। ସେହିପରି ତୁର୍କୀରେ ୫୨ ପ୍ରତିଶତ ଲୋକ ମହିଳା ନିଜ ନିଷ୍ପତ୍ତି ନିଜେ ନେବା ଠିକ ବୋଲି କହୁଥିବା ବେଳେ, ପାକିସ୍ତାନର ୨୨ ପ୍ରତିଶତ ଲୋକ ମହିଳାଙ୍କୁ ସ୍ବାଧୀନ ଭାବରେ ବଞ୍ଚିବାକୁ ଅଧିକାର ଦେବା ଉଚିତ ବୋଲି କହିଥାନ୍ତି।

ବିବାହ ପ୍ରେମ ଓ ତଲାକ

ମୁସଲିମ ଦେଶମାନଙ୍କରେ ବିବାହ ଓ ତଲାକରେ ସ୍ବାଧୀନତାକୁ ନେଇ ଅସମାନତା ଦେଖିବାକୁ ମିଳିଥାଏ। ବିବାହ ପୂର୍ବରୁ ପ୍ରେମ କରିବା ଜରୁରୀ ବୋଲି ସାଉଦୀ ଆରବର ୭୭ ପ୍ରତିଶତ ଲୋକ ମାନିଥାନ୍ତି। ହେଲେ ଏହାର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଥାଏ ପାକିସ୍ତାନରେ। ଏଠାରେ ମତଦାନର ଅଧିକାର ଥିଲେ ମଧ୍ୟ, ଜଣେ ମହିଳାଙ୍କ ବିବାହ ନିଷ୍ପତ୍ତିକୁ ଅଣଦେଖା କରାଯାଏ।

ଏକ ସର୍ଭେ ଅନୁସାରେ, ଜଣେ ପତ୍ନୀ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ସ୍ବାମୀଙ୍କ କଥା ମାନିବା ଆବଶ୍ୟକ ବୋଲି ୮୫ ପ୍ରତିଶତ ମୁସଲିମ ମଣିଥାନ୍ତି। ଅନ୍ୟପଟେ ସାଉଦୀ ଆରବରେ ମହିଳାମାନେ ଡ୍ରାଇଭିଂ, ବୋଟିଂ ଏପରିକି ଚାକିରି କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ପାକିସ୍ତାନ, ଇରାକ ଭଳି ଅନ୍ୟ କେତେକ ମୁସଲିମ ଦେଶମାନଙ୍କରେ ଆଜି ମଧ୍ୟ ହିଂସା, ସାମାଜିକ ନିୟମ ଓ ବିଭିନ୍ନ ଆଇନ କାରଣରୁ ସ୍ବାଧୀନ ନୁହନ୍ତି ମହିଳା।

 

Comments are closed.