Latest Odisha News

ଡିସେମ୍ବର ୯ରେ ମହିଳା ପ୍ରିମିୟର ଲିଗ ନିଲାମ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ନିଲାମ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ହେବ । ଏହା ମଧ୍ୟରେ ସମସ୍ତ ୫ଟି ଟିମ ସେମାନଙ୍କ ରିଟେନ୍ସନ ଲିଷ୍ଟ ଜାରୀ କରି ସାରିଛନ୍ତି । ୨୪ ନଭେମ୍ବରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ୨୦୨୩ର ଡବ୍ଲ୍ୟୁପିଏଲର ପ୍ରଥମ ସଂସ୍କରଣ ଖେଳା ଯାଇଥିଲା । ଗତ ସଂସ୍କରଣରେ ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ୩.୪ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ନେଇଥିଲା । ୨୦୨୪ ସଂସ୍କରଣ ପାଇଁ ଗୁଜରାଟ ସର୍ବାଧିକ ଖେଳାଳିଙ୍କୁ ରିଲିଜ କରିଛି । ଓଭରାଲ ୫ଟି ଟିମ ୬୦ ଖେଳାଳିଙ୍କୁ ରିଟେନ କରିଥିବା ବେଳେ ୨୯ଜଣଙ୍କୁ ରିଲିଜ କରିଛି ।

ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ ଚାମ୍ପିୟନ ହୋଇଥିବା ବେଳେ ଗୁଜରାଟ ଟାଇଟାନ୍ସ ଶେଷ ସ୍ଥାନରେ ରହିଥିଲା । ଟାଇଟଲ ବିଜେତା ଟିମକୁ ୬ କୋଟି ଟଙ୍କା ମିଳିଥିଲା । ସେହିପରି ରନର୍ସଅପକୁ ୩ କୋଟି ଏବଂ ଏଲିମିନେଟରରେ ହାରି ତୃତୀୟ ସ୍ଥାନରେ ଥିବା ଟିମ ୟୁପି ୱାରିୟର୍ସ ଏକ କୋଟି ଟଙ୍କା ପାଇଥିଲା । ବାଙ୍ଗାଲୋର, ଗୁଜରାଟ ପୁରସ୍କାର ରାଶି ହାସଲ କରିବାରେ ବିଫଳ ହୋଇଥିଲେ ।

Comments are closed.