Latest Odisha News

ସାଫ ମହିଳା ଚାମ୍ପିୟନଶିପ: ସମ୍ଭାବ୍ୟ ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଆସନ୍ତା ମାସରେ ନେପାଳରେ ମହିଳା ସାଫ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ମଙ୍ଗଳବାର ୨୬ ଜଣିଆ ସମ୍ଭାବ୍ୟ ଫୁଟବଲ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମନୀଷା ପନ୍ନା ଓ ଜୁଲି କିଶାନ । ପୁଣେ ଅଭ୍ୟାସ ଶିବିରରେ ଏହି ୨ଜଣ ପ୍ରଭାବୀ ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଗଷ୍ଟ ୨୯ରୁ ସେପ୍ଟମ୍ବର ୨ ପର୍ଯ୍ୟନ୍ତ ଏହି ଅଭ୍ୟାସ ଶିବିର ଆୟୋଜିତ ହେବ । ସେପ୍ଟମ୍ବର ୬ରୁ ସାଫ ଚାମ୍ପିୟନଶିପ ଆୟୋଜିତ ହେବ ।

ଭାରତ, ମାଲଡିଭସ, ବାଂଲାଦେଶ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଥିବା ବେଳେ ଅନ୍ୟ ଗ୍ରୁପରେ ନେପାଳ,ଶ୍ରୀଲଙ୍କା ଓ ଭୁଟାନ ରହିଛନ୍ତି । ଚାମ୍ପିୟନ ଭାରତ ସେପ୍ଟମ୍ବର ୭ରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୧୦ରେ ମାଲଡିଭସକୁ ୧୩ରେ ବାଂଲାଦେଶକୁ ଭେଟିବ ।

Leave A Reply

Your email address will not be published.