Latest Odisha News

ମହିଳା ଟି୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ମୁଣ୍ଡରେ ବାଜିଲା ବଲ

ଶାରଜା: ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ରେ ଏକ ବଡ ଅଘଟଣ ଘଟିଛି । ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ୱେଷ୍ଟଇଣ୍ଡିଜର ଜଣେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିଛି । ନ୍ୟୁଜିଲାଣ୍ଡର ଅମୋଲିଆ କର ଏକ ଶଟ ଖେଳିଥିଲେ, ଏହାକୁ ଫିଲ୍ଡିଂ କରିବା ସମୟରେ ବଲ ଚେନଲୀ ହେନରୀଙ୍କ ମୁଣ୍ଡରେ ବାଜିଥିଲା । ଖେଳକୁ ସଙ୍ଗେ ସଙ୍ଗେ ରୋକାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କପାଳରେ ବଲ ବାଜିଥିବାରୁ ସ୍କାନ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ଏହା ଗୁରୁତର ନୁହେଁ ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୨୯ ରନର ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ସମ୍ମୁଖରେ ରଖିଛି । ଡିଏଣ୍ଡ୍ରା ଡୋଟିନ ଦଳ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚର ବିଜେତା ସହ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ୨୦ରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.