Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ଉଦଯାପନୀ ଉତ୍ସବରେ ସୁନିଧୀଙ୍କ ତଡକା, ଲେଜର, ଡ୍ରୋନ ଶୋ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଦଯାପନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଗାୟିକା ସୁନିଧୀ ଚୌହ୍ୱାନ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ତାଙ୍କ ସହ ୬୦ଜଣ ନର୍ତକୀ ସହଯୋଗ କରିବେ । କୋରିଓଗ୍ରାଫର ସଞ୍ଜୟ ଶେଟ୍ଟୀ ନୃତ୍ୟ ନିର୍ଦ୍ଦେଶନା ଦେବେ । ଏହା ବ୍ୟତୀତ ଲେଜର ଶୋ ଓ ଡ୍ରୋନକୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତତ କରାଯିବ । ମ୍ୟାଚ ପୂର୍ବରୁ ସୁନିଧୀ ଭାରତର ଜାତୀୟ ସଙ୍ଗୀତ ଗାନ କରିବେ । କେପଟାଉନର ଟ୍ୟାରିନ ବ୍ୟାଙ୍କ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରଗାନ ପ୍ରସ୍ତୁତ କରିବେ ।

ଘରୋଇ ପରିବେଶରେ ଭାରତ ଟାଇଟଲ ହାସଲ କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିବେ । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ବିଜୟ ସେମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି । ଜେମିମା ରୋଡ୍ରିଗ୍ୟୁସଙ୍କ ଶତକ ବଳରେ ଭାରତ ୩୩୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପୂର୍ବରୁ ଭାରତ ୨୦୦୫ ଓ ୨୦୧୭ ଫାଇନାଲରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ । ଏଥର ପ୍ରଥମ ଥର ପାଇଁ ମହିଳା ବିଶ୍ୱକପରେ ନୂଆ ବିଜେତା ମିଳିବେ ।

Comments are closed.