Latest Odisha News

BREAKING NEWS

ଏମିତି ଜଣେ ବ୍ୟକ୍ତି: ଯାହାକୁ ଶୀତଦିନେ ପ୍ରବଳ ଗରମ ଓ ଗରମ ଦିନେ ଶୀତ ହୁଏ, ଡ଼ାକ୍ତରୀ ବିଦ୍ୟା ବି ଫେଲ୍‌

ହରିୟାଣା଼: ଏପ୍ରିଲ-ମେ ମାସରେ ଡ଼ହ ଡ଼ହ ଖରା । ପ୍ରବଳ ଖରା ଯୋଗୁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଫଳରେ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ୁଥିଲା । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇ ମଧ୍ୟ ପଡ଼ିଥିଲେ । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯିଏକି କମ୍ବଳ ଓ ବେଡ଼ସିଟ୍ ଘୋଡ଼ି ହୋଇ ଶୋଇବା ସହ ସ୍ୱଏଟର ଓ କ୍ୟାପ୍ ପିନ୍ଧୁଥିଲେ । କେବଳ ସେତିକି ନୁହେଁ, ଏତେ ଶୀତ ହେଉଥିଲା ଯେ, ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଥିଲେ । ସବୁଠୁ ବଡ଼ କଥା, ଶୀତ ଦିନେ ତାଙ୍କୁ ଏତେ ଗରମ ହୁଏ ଯେ, ସେ ବରଫ ଉପରେ ଶୋଇବାକୁ ବାଧ୍ୟ ହୁଅନ୍ତି । ତାଙ୍କର ଏପରି ଅବସ୍ଥା ଦେଖି ଘର ଲୋକେ ଚିନ୍ତିତ ହେବା ସହ ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।

ହରିୟାଣା ମହେନ୍ଦ୍ରଗଡର ଡ଼େରାଲି ଆହିର ଗାଁରେ ରୁହନ୍ତି ସାନ୍ତା ଲାଲ । ତାଙ୍କୁ ଶୀତ ଦିନେ ପ୍ରବଳ ଗରମ ହେଉଥିବା ବେଳେ ଗରମ ଦିନରେ ପ୍ରବଳ ଶୀତ ଅନୁଭବ କରିଥାନ୍ତି । ତାଙ୍କର ଏପରି ଆଚରଣ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏପରି ଦେଖି ତାଙ୍କ ଘର ଲୋକେ ଡ଼ାକ୍ତରଙ୍କ ପାଖକୁ ନେଇଥିଲେ । ସବୁ ପରୀକ୍ଷା କରାଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡ଼ାକ୍ତର କହିଥିଲେ । କିନ୍ତୁ ତାଙ୍କ ଆଗରେ ଡ଼ାକ୍ତରୀ ବିଦ୍ୟା ବି ଫେଲ ମାରିଲା ।

ବାସ୍ତବରେ, ସାନ୍ତାଲାଲ ଶୀତଦିନେ ଗରମ ଏବଂ ଗ୍ରୀଷ୍ମ ଋତୁରେ ଥଣ୍ଡା ଅନୁଭବ କରନ୍ତି । ଏପ୍ରିଲ-ମେ ମାସରେ ଯେଉଁଠାରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଥାଏ, ସେ ସମୟରେ ସାନ୍ତାଲାଲ ୪ ରୁ ୫ କମ୍ବଳ ଘୋରି ହୋଇ ରୁହନ୍ତି । ଦିନ ଓ ରାତିସାରା ଶୀତବସ୍ତ୍ର ପିନ୍ଧି ରହିବା ସହ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଥାନ୍ତି । ଆଉ ଯେତେବେଳେ ଲୋକେ ଶୀତ ଦିନେ ଶୀତବସ୍ତ୍ର ପିନ୍ଧନ୍ତି ସେତେବେଳେ ସାନ୍ତାଲାଲ ବରଫ ଉପରେ ଶୋଇଥାନ୍ତି । ଏତେ ଗରମ ହୁଏ ଯେ, ସେ ଦିନସାରା ପୋଖରୀରେ ବୁଡ଼ି ରହିଥାନ୍ତି । ଏନେଇ ସାନ୍ତା ଲାଲ ଖୁବ୍ ଚର୍ଚ୍ଚାରେ ।

ଗାଁ ଲୋକମାନେ ତାଙ୍କୁ ପାଣିପାଗ ବିଭାଗ ବୋଲି ଡାକନ୍ତି । ସାନ୍ତଲାଲଙ୍କ ବିଷୟରେ ଶୁଣିବା ପରେ ଅନେକ ଥର ବାହାରୁ ଡାକ୍ତରୀ ଦଳ ଆସି ତାଙ୍କୁ ପରୀକ୍ଷା କରିଛନ୍ତି । ହେଲେ ଏହାର କାରଣ କେହି ଖୋଜି ପାଇ ନାହାନ୍ତି ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନ୍ତଲାଲଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ୨୦୧୭ ମସିହାରେ ସାନ୍ତଲାଲ ବରଫ ଖଣ୍ଡରେ ଶୋଇ ରହି ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

Comments are closed.