Latest Odisha News

BREAKING NEWS

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ଶିମ୍ପାଜି ମଣିଷ ପରି ଆଚରଣ କରୁଛିି । ଆଉ ଘରକୁ ଆସିଥିବା ଡ଼େଲିଭରି ବୟଠାରୁ ପିଜା ଅର୍ଡର ନେଉଛି ।

ଶିମ୍ପାଞ୍ଜି ବହୁତ ବୁଦ୍ଧିମାନ ପ୍ରାଣୀ । ସେମାନଙ୍କ ଭିତରେ ଥିବା ଭାବନା ମଣିଷ ସହିତ ବହୁତ ସମାନ । ଏହି କାରଣ ପାଇିଁ ଶିମ୍ପାଞ୍ଜିକୁ ପ୍ରଶିକ୍ଷଣ ଦେବା ସହଜ ଏବଂ ସେମାନେ ମଣିଷ ପରି ଅଭିନୟ କରିପାରନ୍ତି । ଏହି ଭିଡିଓରେ ମଧ୍ୟ ସମାନ କିଛି ଦେଖାଯାଉଛି । ଶିମ୍ପାଞ୍ଜି ପିଜା ଅର୍ଡର ନେଉଥିବାର ନଜର ଆସିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପିଜା ଡେଲିଭରି ବୟ ଘରେ ପହଞ୍ଚି କବାଟ ବାଡଉଛନ୍ତି । ଶବ୍ଦ ଶୁଣି ଘର କବାଟ ଖୋଲି ଭିତରୁ ଏକ ଶିମ୍ପାଞ୍ଜି ବାହାରକୁ ଆସୁଛି । ଡେଲିଭରି ବୟ ଜଣକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେ ତାଙ୍କୁ ଏକ ପିଜା ବକ୍ସ ଦିଅନ୍ତି । ଏହାର ପ୍ରତିବଦଳରେ ଶିମ୍ପାଞ୍ଜି ଡେଲିଭରି ବୟକୁ ଟଙ୍କା ଦେଇ ପିଜା ଭିତରକୁ ନେଇ କବାଟ ବନ୍ଦ କରିଦେଉଛି । କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ ଋଷର ଅଟେ ।

ଏହି ଭିଡିଓକୁ ଅନେକ ବହୁତ ପସନ୍ଦ କରିଛନ୍ତି । ଏଥିସହିତ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି ।

Comments are closed.