Latest Odisha News

ଭାରତର ଚନ୍ଦ୍ରଯାନ ସଫଳତାରେ ଜଳୁଛି ବ୍ରିଟେନ: ଟୁଇଟରରେ ଲାଗିଲା ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ପରେ ଅନେକ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପକ୍ଷେ ଭାରତର ଏହି ସଫଳତାରେ ଅନେକ ଦେଶ ଇର୍ଷାରେ ଜଳୁଛନ୍ତି ମଧ୍ୟ । ଚନ୍ଦ୍ରଯାନର ସଫଳତା ପରେ ବ୍ରିଟେନ ଅସୂୟା ମନୋଭାବ ଏବେ ପଦାକୁ ଆସିଛି ।ଏହାକୁ ନେଇ ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି ବ୍ରିଟେନ ଓ ଭାରତୀୟ ୟୁଜର୍ସ । ବ୍ରିଟେନକୁ କଡା ଜବାବ ଦେଇଛନ୍ତି ଭାରତୀୟ ୟୁଜର୍ସ ।

ବ୍ରିଟେନର ଜଣେ ଟିଭି ଆଙ୍କର ଏହାକୁ ନେଇ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି । ଭାରତର ବିଦେଶୀ ସହାୟତା ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।  ସେଠିକାର ଜିବି ନ୍ୟୁଜର ଉପସ୍ଥାପକ ପ୍ୟାଟ୍ରିକ କ୍ରିଷ୍ଟିସ  ଚନ୍ଦ୍ରଯାନ-୩ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ କହିଛନ୍ତି,ଭାରତ ଏଣିକି ଆଉ ବିଦେଶୀ ସହାୟତା ମାଗିବା ଉଚିତ ନୁହେଁ ।

ଖାଲି ସେତିକି ନୁହେଁ,ସେ କହିଛନ୍ତି ଭାରତ ୨୦୧୬ରୁ ୨୦୨୧ ମଧ୍ୟରେ ନେଇଥିବା ୨.୩ ବିଲିୟନ ପାଉଣ୍ଡ ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୨୪ ହଜାର ପାଉଣ୍ଡ ତାକୁ ଫେରାଇ ଦେବା ଉଚିତ । ଏପରିକି ଆସନ୍ତା ବର୍ଷ ଭାରତକୁ ମିଳିବାକୁ ଥିବା ୫୭ ନିୟୂତ ପାଉଣ୍ଡ ସହାୟତାକୁ ମଧ୍ୟ ସ୍ଥଗିତ ରଖାଯିବା ଉଚିତ ବୋଲି ସେକହିଛନ୍ତି ।

ଆଙ୍କର ଜଣକ ଆହୁରି କହିଛନ୍ତି, ଭାରତରେ ଏବେ ୨.୯କୋଟି ଲୋକ ଗରିବ ଅଛନ୍ତି ଯାହା ଜାତିଂସଘ ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ । ସେପଟେ ଭାରତ ବିଶ୍ୱର ଶ୍ରେଷ୍ଠ ୫ମ ଅର୍ଥବ୍ୟବସ୍ଥା ପାଲଟିଛି । ଭାରତ ନିଜ ଦେଶର ଗରିବି ହଟାଇବାକୁ ଚେଷ୍ଟା କରୁନି ।ଏପରି କ୍ଷେତ୍ରରେ ଅନ୍ୟ ଦେଶମାନେ ସହାୟତା କରିବାର କିଛି ମାନେ ନାହିଁ ।

ଆଙ୍କର ଜଣକ ନିଜର ଏହି କ୍ଲିପକୁ ସେ ଏକ୍ସ ବା ଟ୍ୱିଟରେ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ଅନେକ ୟୁଜର୍ସ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଭାରତୀୟ ଟୁଇଟର ୟୁଜର୍ସମାନେ ସେମାନଙ୍କୁ ବି କଡା ଜବାବ ଦେଇଥିଲେ । ସେମାନେ କହିଥିଲେ, ବ୍ରିଟେନ ଭାରତଠାରୁ ଲୁଟିଥିବା ୪୪ ଟ୍ରିଲିୟନ ଡଲାର ଏବଂ କୋହିନୁର ହୀରା ପ୍ରଥମେ ଫେରାଇବା ଉଚିତ । ଆଉଜଣେ ୟୁଜର କହିଛନ୍ତି, ବ୍ରିଟେନ ଏହି ୪୪ ଟ୍ରିଲିୟନରୁ ୨.୩ ବିଲିୟନ ଡଲାର କାଟି ବାକିତକ ଫେରାଇ ଦେଉ ।

Comments are closed.