Latest Odisha News

ଶ୍ରମିକଙ୍କୁ ଟ୍ରକ୍‌ ଚାପିଦେବା ଘଟଣା, କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ

ବଣାଇ: ରାସ୍ତା କାମ ବେଳେ ୩ ଶ୍ରମିକଙ୍କୁ ଟ୍ରକ୍‌ ଚାପିଦେବା ଘଟଣା । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ । ଏନଏଚ ୫୨୦ ରଜାମୁଣ୍ଡା ନିକଟରେ ୩ ଶ୍ରମିକଙ୍କ ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ଅଟକି ରହିଛି ରାତ୍ରୀକାଳୀନ ବସ୍‌ ସହ ଟ୍ରକ । ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ବିଧାୟକ ଓ ଲହୁଣିପଡ଼ା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ରାଜା ମୁଣ୍ଡା ବାଇପାସ୍ ଛକରୁ କୋଇଡ଼ାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାଜପଥ ମରାମତି କାମ ରାତିରେ ଚାଲିଥିବା ବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତାହତମାନଙ୍କୁ ବ୍ୟବଚ୍ଛେଦ ପାଇଁ ବଣାଇ ଡାକ୍ତରଖାନାକୁ ପଠାଇଥିଲା ପୋଲିସ। ସେପଟେ ଗୁରୁତର ମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Comments are closed.