Latest Odisha News

ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନ ୨ ବର୍ଷ ବାସନ୍ଦ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୨ ବର୍ଷ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏଥିଯୋଗୁ ସେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ୧୦୦ ମିଟର ଦୌଡର ପୁରୁଷ ବିଭାଗ ଚାମ୍ପିୟନ ୨୪ ବର୍ଷୀୟ କୋଲମ୍ୟାନଙ୍କୁ ମେ’ରେ ଅସ୍ଥାୟୀ ଭାବେ ବାସନ୍ଦ କରାଯାଇଥିଲା । ୨୦୧୯ରେ ସେ ୩ ଥର ନମୂନା ସଂଗ୍ରହ କରୁଥିବା ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିବାରୁ ଏହି ଦଣ୍ଡାଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଯଦି କୌଣସି ଖେଳାଳି ବର୍ଷକ ମଧ୍ୟରେ ଏହି ନିୟମକୁ ଉଲ୍ଲଂଘନ କରେ ତେବେ ୨ ବର୍ଷ ପାଇଁ ପ୍ରତିବନ୍ଧିତ ହୋଇଥାଏ । ପୂର୍ବରୁ ଡୋପ ଟେଷ୍ଟରେ ଧରା ପଡି ନ ଥିବାରୁ କୋଲମ୍ୟାନ ସିଏଏସରେ ଏଥିନେଇ ଆବେଦନ କରିପାରିବେ । ସେ ୨୦୧୯ରେ ଦୋହା ଓ କାତାର ମିଟରେ ୧୦୦ ଏବଂ ୪ ଗୁଣନ ୧୦୦ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.