Latest Odisha News

BREAKING NEWS

ବିଶ୍ଵ ଏସିଡିଟି ଦିବସ: ନିୟନ୍ତ୍ରିତ ଜୀବନଶୈଳୀ ପାଇଁ ଆହ୍ବାନ

ପୁରୀ: ବିଶ୍ଵ ଏସିଡିଟି ଦିବସରେ ନିୟନ୍ତ୍ରିତ ଜୀବନଶୈଳୀ ପାଇଁ ଆହ୍ବାନ । ଅମ୍ଲ ଦୋଷ ଦୂର ପାଇଁ ପଞ୍ଚମନ୍ତ୍ର ଦେଲେ ଡ଼ ଜୟନ୍ତ ପଣ୍ଡା । ଖାଦ୍ୟ, ନିଦ୍ରା, ବ୍ୟାୟାମ, ଟେନସନ୍ ଓ ନିଶା ଉପରେ ନିୟନ୍ତ୍ରଣ ଆଣିବାକୁ ଆହ୍ବାନ ଦେଲା ଆସୋସିଏସନ ଅଫ୍ ଫିଜିସିଆନ ଅଫ ଇଣ୍ଡିଆ । ଏସିଡିଟି ରିଲିଫ ଅପେକ୍ଷା ପ୍ରିଭେନସନ୍ ଉପରେ ଗୁରୁତ୍ବ ଦେବାକୁ ଯୁବପିଢିକୁ ଆସୋସିଏସନ କହିଛି ।

ଏହି ଅବସରରେ ବାଲୁକା କଳାରେ ବିଶ୍ଵ ଏସିଡିଟି ଦିବସ ଲୋଗୋ ଉନ୍ମୋଚିତ ହୋଇଛି । ଏହାକୁ ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୫୦ହଜାର ଡାକ୍ତରଙ୍କୁ ନେଇ ଗଠିତ ଫିଜିସିଆନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଜି ଏହି ଦିନକୁ ପାଳନ କରିବାକୁ ପୁରୀ ବେଳାଭୂମିରୁ ଆହ୍ବାନ ଦେଇଛି । ଆସୋସିଏସନ୍ ର ଭାଇସ୍ ଡିନ୍ ଜୟନ୍ତ ପଣ୍ଡା ଏହି ଆହ୍ବାନ ଦେଇଛନ୍ତି ।

ବିଗୁଡୁଥିବା ଜୀବନ ଶୈଳୀ ଯୋଗୁଁ ପ୍ରାୟ ଅଧିକାଂଶ ଲୋକେ ଏସିଡିଟି ର ଶୀକାର ହେଉଥିବା ବେଳେ ରିଲିଫ ଅପେକ୍ଷା ପ୍ରିଭେନ୍ସନକୁ ବେଶୀ ଗୁରୁତ୍ଵ ଦେବାକୁ ଡ ପଣ୍ଡା କହିଛନ୍ତି । ସେପଟେ ରେଗୁଲେଟେଡ ଲାଇଫ ଷ୍ଟାଇଲ ବିଷୟରେ ଆଗାମୀ ପିଢ଼ିକୁ ସଚେତନ କରାଇବା ପାଇଁ ଆସୋସିଏସନ୍ ବିଶ୍ଵ ଏସିଡିଟି ଦିବସ ଉପରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେଣୁ ନିୟମିତ ଭାବରେ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ସହ ବ୍ୟାୟାମ ଉପରେ ଗୁରୁତ୍ବ ଦେବା, ଟେନସନ ଠାରୁ ଦୁରରେ ରହିବା, ସଠିକ୍ ସମୟରେ ନିଦ୍ରା ଏବଂ ନିଶା ଠାରୁ ଦୂରରେ ରହିବା ପାଇଁ ଡ଼ ପଣ୍ଡା ଆହ୍ବାନ ଦେଇଛନ୍ତି । ଯାହାଦ୍ଵାରା ଏସିଡିଟି କୁ ନିୟନ୍ତ୍ରିତ ରଖାଯାଇପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.