ନୂଆଦିଲ୍ଲୀ: ତାଶକନ୍ଦରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆକାଶ ସାଙ୍ଗୱାନ ଓ ନିଶାନ୍ତ ଦେବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ନିଜ ନିଜ ବିଭାଗର ମୁକାବିଲାରେ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ କିଗ୍ରା ବିଭାଗରେ ଆକାଶ ଚୀନର ଫ୍ୟୁ ମିଗଙ୍କିଙ୍କୁ ୫-୦ରେ ପରାସ୍ତ କରିଥିଲେ । ଆରମ୍ଭରୁ ଆକାଶ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସ୍କୋର କରିବାରେ ସୁଯୋଗ ଦେଇ ନ ଥିଲେ । ଆକାଶ ପରବର୍ତୀ ରାଉଣ୍ଡରେ କାଜକସ୍ତାନର ଦୁଲାତ ବେକ୍ୟାୟୁଆବେଙ୍କୁ ଭେଟିବେ ।
୭୧ କିଗ୍ରା ବିଭାଗରେ ନିଶାନ୍ତ ଦକ୍ଷିଣ କୋରିଆର ଲି ସ୍ୟାଗମିନଙ୍କୁ ଭେଟିଥିଲେ । ନିଶାନ୍ତ ସହଜରେ ଏହି ମୁକାବିଲାକୁ ଜିତି ନେଇଥିଲେ । ପ୍ରିକ୍ୱାର୍ଟରରେ ସେ ନିଡାଲଙ୍କୁ ଭେଟିବ । ରବିବାର ଦୀପକ (୫୧କିଗ୍ରା), ମହମ୍ମଦ ହୁସାମୁଦ୍ଦିନ (୫୭କିଗ୍ରା), ସୁମିତ(୭୫କେଜି) ଓ ନରେନ୍ଦ୍ର (୯୨ କିଗ୍ରା) ବିଭାଗରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ ।
Comments are closed.