ନୂଆଦିଲ୍ଲୀ: ଲାହୋର ଟେଷ୍ଟରେ ପାକିସ୍ତାନ ୯୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ବିଶ୍ୱ ଚାମ୍ପିୟନ ଦକ୍ଷିଣ ଆଫ୍ରିକା କ୍ରମାଗତ ୧୦ଟି ମ୍ୟାଚର ବିଜୟ ପରେ ପରାଜୟବରଣ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ର ଅଗ୍ରଣୀ ହାସଲ କରିଛି । ଗଦ୍ଦାଫି ଷ୍ଟାଡିୟମରେ ପାକିସ୍ତାନ ସ୍ପିନରଙ୍କୁ ସୁହାଉଥିବା ପିଚର ଭରପୂର ଫାଇଦା ଉଠାଇଥିଲା । ନୋମାନ ଅଲୀ ୧୦ ୱିକେଟ ଅକ୍ତିଆର କରି ବିପକ୍ଷ ଦଳକୁ ହଇରାଣରେ ପକାଇଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
୨୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୮୩ ରନରେ ଅଲଆଉଟ ହୋଇ ଯାଇଥିଲା । ସୋମବାରଠାରୁ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତକୁ ପଛରେ ପକାଇଛି ପାକିସ୍ତାନ । ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟୀ ହେବା ପରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । ଏବେ ପାକିସ୍ତାନ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଟିମଇଣ୍ଡିଆ ୪ର୍ଥ ସ୍ଥାନକୁ ଖସି ଆସିଛି ।
Comments are closed.