Latest Odisha News

BREAKING NEWS

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୭୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ର ନୂଆ ମାମଲା ଜାରି ରହିଛି। ତେବେ କେତେକ ଦେଶରେ ନୂଆ ମାମଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୭୧ ହଜାର ୦୮୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୫୮ ଲକ୍ଷ ୮୧ ହଜାର ୩୮୭ କୁ ବୃଦ୍ଧି ପାଇଛି। ଏଥି ସହିତ, ୨୩ ଲକ୍ଷ ୦୭ ହଜାର ୦୮୬ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୩ ହଜାର ୯୦୬ ଜଣଙ୍କର ମୃତ୍ୟୁ ହୋଇଛି।

ତଥ୍ୟ ଅନୁଯାୟୀ, କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ ୭ କୋଟି ୭୬ ଲକ୍ଷ ୫୦ ହଜାର ୭୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲା ସଂଖ୍ୟା ହେଉଛି ୨ କୋଟି ୫୯ ଲକ୍ଷ ୨୩ ହଜାର ୫୮୭।

Comments are closed.