Latest Odisha News

BREAKING NEWS

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସିରିଜ ବିଜୟ, ଅଡୁଆରେ ପଡିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଦିିନିକିଆ ବିଶ୍ୱକପ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ବିଶ୍ୱକପରେ କେଉଁ କେଉଁ ଟିମ ଖେଳିବେ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ପାକିସ୍ତାନ ବିପକ୍ଷରେ ବାଂଲାଦେଶ ସିରିଜ ବିଜୟୀ ହେବା ଏବେ ୱେଷ୍ଟଇଣ୍ଡିଜକୁ ଅଡୁଆରେ ପକାଇଛି । ସିଧାସଳଖ ଏଂଟ୍ରି ପାଇଁ ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିବ । ସିରିଜ ବିଜୟୀ ହେବା ପରେ ବାଂଲାଦେଶ ଆଇସିସି ର‌୍ୟାଙ୍କିଙ୍ଗରେ ୧୦ରୁ ୯ମ ସ୍ଥାନକୁ ଉନ୍ନୀତ ହୋଇଛି । ୱେଷ୍ଟଇଣ୍ଡିଜ ୯ମରୁ ୧୦ମ ସ୍ଥାନକୁ ଖସି ଆସିଛି । ଅବଶ୍ୟ ଆଇସିସି ର‌୍ୟାଙ୍କିଙ୍ଗ ଜାରୀ କରିନି । ମାତ୍ର ପରିସଂଖ୍ୟନରେ ଏହା ସ୍ପଷ୍ଟ ହେଉଛି । ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଜିମ୍ବାୱେରେ ଏହି ବିଶ୍ୱକପ ଖେଳାଯିବ ।

ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ବିଶ୍ୱକପ ଖେଳିବେ । ଅନ୍ୟ ୮ଟି ଟିମ ର‌୍ୟାଙ୍କିଙ୍ଗ ଅନୁସାରେ ଯିବେ । ଏହା ପରେ ବଳକା ଟିମ କ୍ୱାଲିଫାୟର ମାଧ୍ୟମରେ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ବର୍ତମାନ ପରିସ୍ଥିତିରେ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ସିଧାସଳଖ ଏଂଟ୍ରି କରିବା କଷ୍ଟକର । ର‌୍ୟାଙ୍କିଙ୍ଗରେ ସୁଧାର ଆଣିବା ପାଇଁ ଉଭୟ ଟିମ ଉଦ୍ୟମ କରୁଛନ୍ତିି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ଓ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ ।

Leave A Reply

Your email address will not be published.