Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ପାକିସ୍ତାନ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୨୩୬/୬ ସ୍କୋର ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ୱିକେଟ ବିନିମୟରେ ୨୪୧ ରନ କରି ବିଜୟ ହାସଲ କରିଛି ।

ପାକିସ୍ତାନ ପକ୍ଷରୁ ବାବର ଆଜମ ୧୦୧ ରନର ଏକ ଶତକୀୟ ଇନିଂସ ଖେଳିଛନ୍ତି । ହାରିସ ସୋହାଇଲ ୬୮ ରନ ଏବଂ ହାଫିଜ୍ ୩୨ ରନ କରିଛନ୍ତି ।

ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ନିଶାମ ଅପରାଜିତ ୯୭ ରନ କରିଥିଲେ । ଗ୍ରାଣ୍ଡହୋମ ଉପଯୋଗୀ ୬୪ ରନ କରିଥିଲେ ।

Leave A Reply

Your email address will not be published.