Latest Odisha News

BREAKING NEWS

ସଂଘର୍ଷପୂର୍ଣ୍ଣ ମ୍ୟଚରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ପୁଣି ଚମତ୍କାର ଖେଳ ପ୍ରଦର୍ଶନ କରିଛି ଆଫଗାନିସ୍ତାନ । ଶନିବାର ଦିନ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଡ଼ୋଶୀ ଆଫଗାନିସ୍ତାନ ଦଳକୁ ପାକିସ୍ତାନ ୩ ୱିକେଟରେ ପରାସ୍ତ କରିଛି । ଅନ୍ତିମ ଓଭରରେ ପାକିସ୍ତାନକୁ ଆବଶ୍ୟକ ପଡୁଥିଲା ୬ ରନ୍ । ଆଉ ୨ଟି ବଲ୍ ବାକିଥାଇ ପାକିସ୍ତାନ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ଆଫଗାନିସ୍ତାନର ୨୨୮ ରନକୁ ପିଛାକରି ପାକିସ୍ତାନ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ସର୍ବାଧିକ ୪୯ ରନ କରି ପାକିସ୍ତାନ ବିଜୟର କର୍ଣ୍ଣଧାର ସାଜିଥିଲେ । ପରାଜୟର ଦ୍ୱାରଦେଶରୁ ମୁକୁଳି ପାକିସ୍ତାନ ବହୁତ କଷ୍ଟରେ ମ୍ୟାଚ ଜିତିପାରିଛି । ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୪୫ ରନ, ଇମାମ ଉଲ୍ ହକ ୩୬, ହାରିସ ସୋହାଇଲ୍ ୨୭ ରନ କରିଥିଲେ ।

ଆଫଗାନ୍ ବୋଲର୍ ମୁଜିବୁର୍ ରେହମାନ୍ ଏବଂ ମହମ୍ମଦ ନବୀ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ରସିଦଙ୍କୁ ଗୋଟିଏ ୱିକେଟ ମିଳିଥିଲା ।

ଇମାଦ ୱାସିମଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

Leave A Reply

Your email address will not be published.