Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାଠୁ ୯ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା

ଲଣ୍ଡନ: ଅଧିନାୟକ ଫାପ୍ ଡ୍ୟୁପ୍ଲେସିସଙ୍କ ପ୍ରଶଂସନୀୟ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚଟି ଶ୍ରୀଲଙ୍କା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଦଳର ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଆଫ୍ରିକୀୟ ଦଳଠାରୁ ସହଜରେ ପରାସ୍ତ ହୋଇଛି । ଶ୍ରୀଲଙ୍କାର ୨୦୬ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩୭ ଓଭରରେ ମାତ୍ର ଗୋଟିଏ ୱିକେଟ ବିନିମୟରେ ୨୦୬ ରନ କରି ବିଜୟ ହାସଲ କରିଛି ।

ଦକ୍ଷିଣ ଆଫ୍ରିକା ଦଳର କପ୍ତାନ ଡ୍ୟୁପ୍ଲେସିିସ ଏହି ମ୍ୟାଚରେ ୧୦୩ଟି ବଲରୁ ୯୬ ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଦଳର ନିର୍ଭରଯୋଗ୍ୟ ଓପନର୍ ହାସିମ୍ ଆମଲା ପ୍ରଶଂସନୀୟ ୮୦ ରନ କରିଥିଲେ । ଡ଼ି କକ୍ ଏକମାତ୍ର ଆଉଟ ହୋଇଥିବା ଖେଳାଳି ଭାବେ ୧୫ ରନ କରିଥିଲେ ।

ଚର୍ଚ୍ଚିତ ସିଂହଳୀ ବୋଲର୍ ଲସିଥ୍ ମାଲିଙ୍ଗାଙ୍କ ବୋଲିଂ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ସେପରି ଭାବେ ପ୍ରଭାବିତ କରିପାରିନଥିଲା । ମାଲିଙ୍ଗା ଗୋଟିଏ ୱିକେଟ ହାସଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ବୋଲର୍ ପ୍ରିଟୋରିୟସଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ ଘୋଷିତ କରାଯାଇଛି ।

ଏଶନିବାର ଦିନ ଲଣ୍ଡନଠାରେ ଅଷ୍ଟ୍ରେଲିଆ ପଡ଼ୋଶୀ ନିଜ୍ୟୁଲାଣ୍ଡକୁ ଭେଟୁଥିବା ବେଳେ ଆଫଗାନିସ୍ତାନ ଲିଡସଠାରେ ଭେଟିବ ପଡ଼ୋଶୀ ପାକିସ୍ତାନ ଦଳକୁ ।

Leave A Reply

Your email address will not be published.