Latest Odisha News

BREAKING NEWS

ଦମଦାର୍ ବିଜୟ ସହ ଭାରତ କ୍ୱାର୍ଟର୍ ଫାଇନାଲରେ, ଗୋଲ ଦେଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଭୁବନେଶ୍ୱର: ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଛି ।

ଶନିବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨ୟ ମ୍ୟାଚରେ ଭାରତ ଚିତାକର୍ଷକ ଖେଳ ପ୍ରଦର୍ଶନ କରି କାନାଡ଼ା ବିପକ୍ଷରେ ୫ଟି ଗୋଲ ସ୍କୋର କରିପାରିଛି । କାନାଡ଼ା ଦଳ ଗୋଟିଏ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଛି ।

ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ ୨ଟି ଗୋଲ ସ୍କୋର କରିଥିବା ବେଳେ ହରମନପ୍ରିତ ସିଂହ, ଚିଙ୍ଗଲେସାନା କାଂଗୁଜାମ ଏବଂ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଗୋଟିଏ କରି ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.