ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବିଶ୍ୱକପ ପାଇଁ କିପରି ପିଚ ହେବ ସେ ନେଇ ନିର୍ଦ୍ଦେଶାନାମା ଜାରୀ କରିଛି । ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବ । ଆଇସିସି ଅନୁସାରେ ଅତି କମରେ ୭୦ ମିଟର ବାଉଣ୍ଡ୍ରି ହେବାର ଆବଶ୍ୟକତା ରହିଛି । ସେହିପରି ପିଚରେ ଘାସ ଛାଡିବା ପାଇଁ ମଧ୍ୟ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାରତରେ କେତେକ ପଡିଆରେ ୬୦ରୁ ୬୫ ମିଟରର ବାଉଣ୍ଡ୍ରି ରହିଛି । ଭାରତୀୟ ପିଚ ସ୍ପିନରଙ୍କୁ ସର୍ବଦା ସହାୟତା ଯୋଗାଇଥାଏ । ସେଥିପାଇଁ ପିଚରେ ଘାସ ରହିଲେ ପେସ ବୋଲର ବି ଫାଇଦା ଉଠାଇପାରିବେ । କାକର ପଡିବା ଆଶଙ୍କା ରହିଥିବାରୁ ଟିମ କେବଳ ସ୍ପିନର୍ସଙ୍କ ଉପରେ ନିର୍ଭର କରିବ ନାହିଁ ।
ବିଶ୍ୱକପର ମ୍ୟାଚଗୁଡିକ ୧୦ଟି ସହରରେ ଖେଳାଯିବ । ସେଗୁଡିକ ହେଲା ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହିମାଚଳ ପ୍ରଦେଶ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ସାମିଲ । ହାଇଦ୍ରାବାଦ, ଗୌହାଟୀ ଓ ଥିରୁୱନ୍ତପୁରମରେ ୱାର୍ମ ଅପ ମ୍ୟାଚ ଖେଳାଯିବ । ପୂର୍ବରୁ ଭାରତୀୟ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ମଧ୍ୟ କାକର ସମସ୍ୟା ନେଇ ବିସିସିଆଇ ଆଗୁଆ ଅବଗତ କରାଇଛନ୍ତି ।
Comments are closed.