ଅହମ୍ମଦାବାଦ: ଟି୨୦ ବିଶ୍ୱକପ ଫାଇନାଲ ପରେ ଆଇସିସି ଏହାର ଶ୍ରେଷ୍ଠ ଏକାଦଶ ଟିମ ଚୟନ କରିଛି । ଆର୍ଡେନ ମାର୍କରାମଙ୍କ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଭାରତର ୪ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ସଞ୍ଜୁ ସାମସନ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହ । ଟୁର୍ଣ୍ଣାମେଂଟରେ ସର୍ବାଧିକ ରନ କରିଥିବା ପାକିସ୍ତାନର ସାହେବଜାଦା ଫରହାନଙ୍କୁ ସଞ୍ଜୁଙ୍କ ସହ ଓପନ ଭାବେ ଚୟନ କରାଯାଇଛି । ଜିମ୍ବାୱେର ବ୍ଲେସିଙ୍ଗ ମୁଜାରବାନୀ ଓ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ଦଳରେ ନିଆଯାଇଛି ।
ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ୨ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର କୌଣସି ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇ ନାହିଁ । ଭାରତର ବରୁଣ ଚକ୍ରବର୍ତି, ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମା ସ୍ଥାନ ପାଇ ନାହାନ୍ତି ।
ଶ୍ରେଷ୍ଠ ଏକାଦଶ: ସାହେବଜାନା ଫରହାନ, ସଞ୍ଜୁ ସାମସନ, ଈଶାନ କିଶାନ, ଆଡେନ ମାର୍କରାମ, ହାର୍ଦ୍ଦିକ ପାଣ୍ଡ୍ୟା, ୱିଲ ଜ୍ୟାକ୍ସ, ଜାସନ ହୋଲ୍ଡର, ଯଶପ୍ରୀତ ବୁମରାହ, ଲୁଙ୍ଗି ଏନଗିଡି, ଆଡିଲ ରଶିଦ, ବ୍ଲେସିଙ୍ଗ ମୁଜାରବନୀ, ଶେଡଲୀ ଭ୍ୟାନ ଶାଲୋଭିକଚ ।