Latest Odisha News

ପାଣି ନଉଛି ପ୍ରାଣ: ଜାଣନ୍ତୁ ପ୍ରତିବର୍ଷ କେତେ ଲକ୍ଷ ଭାରତୀୟଙ୍କ ବୁଡ଼ିଯାଇ ଜୀବନ ଯାଉଛି

ନୂଆଦିଲ୍ଲୀ:  ଲୋକଙ୍କର ବିଭିନ୍ନ ଭାବେ ମୃତ୍ୟୁ ଆସେ। ତେବେ ଏକ ଆକଳନରୁ ଜଣାପଡିଛି ଯେ ପ୍ରତିବର୍ଷ ପାଣିରେ ବୁଡି ଅନେକ ଲୋକେ ନିଜ ଜୀବନ ହରାଉଛନ୍ତି। ନଦୀରେ ଭାସିଯିବା ହେଉ କିମ୍ବା ବନ୍ୟା ବୁଡି ହେଉ, ଆମ ଦେଶରେ ପାଣିରେ ବୁଡିଯିବା ଘଟଣାର ଏକ ଆକଳନ କରାଯାଇଛି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୨ ଲକ୍ଷ ୩୬ ହଜାର ଲୋକ ପାଣିରେ ବୁଡ଼ିବା କାରଣରୁ ପ୍ରାଣ ହରାନ୍ତି। ଏହା ଏକ ବିରାଟ ଆକଳନ, ଅନେକ ଥର ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏହାର ସମ୍ମୁଖିନ ହୋଇ ଅନେକ ଲୋକେ ଏଥିରେ ଜୀବନ ହାରନ୍ତି। ନଦୀରେ ଜଳ ପ୍ରବାହିତ ହେତୁ ଅନେକ ଥର ଏହିପରି ଦୁର୍ଘଟଣା ଦେଖିବାକୁ ମିଳେ।

ଏପରି ପରିସ୍ଥିତିରେ, ନିଜକୁ ଏହାଠାରୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକି ଆବଶ୍ୟକ ସତର୍କତା ମଧ୍ୟ ଦରକାର ହୁଏ। ସର୍ବଭାରତୀୟ ସ୍ତରରେ ଏହି ସମସ୍ତ ବିଷୟ ଉପରେ ସାମୂହିକ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ସହିତ, ଏପ୍ରିଲ୍ ୨୦୨୧ରେ, ମିଳିତ ଜାତିସଂଘର ସାଧାରଣ ସଭା ଜୁଲାଇ ୨୫ରେ ୱାଲ୍ଡ ଡ୍ରୋଇଂ ପ୍ରିଭେନ୍‌ସନ ଡେ ଭାବେ ପାଳନ କରିବାକୁ ପ୍ରସ୍ତାବରେ ରାଜି ହୋଇଥିଲା। ଯାହା ପରେ ଏହି ବିଶେଷ ଦିନ ପାଳନ କରାଯାଏ।

ପ୍ରତିବର୍ଷ ଭାରତରେ ପାଣିରେ ବୁଡ଼ିଯିବା କାରଣରୁ ଅନେକ ଲୋକ ମୃତ୍ୟୁବରଣ କରନ୍ତି। ଆକଳନ ଅନୁଯାୟୀ, ପ୍ରତିବର୍ଷ ୨,୩୬୦୦୦ ଲୋକ ବୁଡ଼ିଯିବା କାରଣରୁ ପ୍ରାଣ ହରାନ୍ତି। ପାଣିରେ ବୁଡ଼ିବା କାରଣରୁ ମୃତ୍ୟୁ ସଂଖ୍ୟା ଏହି ପରିମାଣରେ ବୃଦ୍ଧି ହୋଇଛି। ଯାହାକି ଭୟାନକ ଅଟେ। ଯାହା ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି। ୨୦୨୨ର ସରକାରୀ ତଥ୍ୟ ଅନୁଯାୟୀ ଭାରତ ବିଷୟରେ କହିବାକୁ ଗଲେ ପ୍ରତିବର୍ଷ ୩୯ ହଜାର ଲୋକ ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ବରଣ କରନ୍ତି। ଏଥିରେ ପ୍ରାୟ ୩୧ ହଜାର ପୁରୁଷ ଏବଂ ୮ ହଜାର ମହିଳା ଅନ୍ତର୍ଭୁକ୍ତ। ଏହି ମୃତ୍ୟୁ ପଛର ମୁଖ୍ୟ କାରଣ ହେଉଛି ଦେଶର ବନ୍ୟା ପରିସ୍ଥିତି। ଅସୁରକ୍ଷିତ ଜଳ ଉତ୍ସରେ ଗାଧୋଇବା ଏବଂ ଡଙ୍ଗା ଦୁର୍ଘଟଣା। ଅନେକ ଥର ଶିଶୁ କିମ୍ବା ବୟସ୍କମାନେ ନିରାପତ୍ତା ମାନ ଏବଂ ଉପଯୁକ୍ତ ମାର୍ଗଦର୍ଶନ ବିନା ଗାଧୋଇଥାନ୍ତି। ଗାଧୋଇା ବେଳେ, ପହଁରିବା ଶିଖିବା ବେଳେ କିମ୍ବା ବୁଡ଼ି ଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ସମୟରେ ଜୀବନ ହରାନ୍ତି ଅନେକ ବ୍ୟକ୍ତି।

ଏପରି କିଛି ରାଜ୍ୟ ଅଛି ଯେଉଁଠାରେ ପାଣିରେ ବୁଡ଼ିବା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଛି। ଏହି ସବୁ ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି। ସେ ଗୁଡିକ ହେଲା ମଧ୍ୟପ୍ରଦେଶରେ ୫୪୨୭, ମହାରାଷ୍ଟ୍ରରେ ୪୭୨୮, ଉତ୍ତରପ୍ରଦେଶରେ ୩୦୦୭, ବିହାରେ ୨୦୯୫, କର୍ଣ୍ଣାଟକରେ ୨୮୨୭,ତାମିଲନାଡୁରେ ୨୬୧୬, ରାଜସ୍ଥାନରେ ୨୧୫୨ ସଂଖ୍ୟକ ମୃତ୍ୟୁ ଘଟିଛି।

Comments are closed.