Latest Odisha News

BREAKING NEWS

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ସେହି ଦିନ ଠାରୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ଭାବେ ପାଳନ କରି ଆସୁଛନ୍ତି ।

ଅଣ୍ଡାକୁ ଉଚ୍ଚସ୍ତରୀୟ ପ୍ରୋଟିନ୍‌ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ସାମିଲ କରିବା ପାଇଁ ଆଜିର ଦିନରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଅଣ୍ଡାର ବିଶେଷ ଗୁଣ ଏବଂ ମଣିଷ ପାଇଁ ଏହା କେତେ ଉପକାରୀ, ଏହାର ଉପାଦେୟତାକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ । ଅକ୍ଟୋବର ଦ୍ବିତୀୟ ଶୁକ୍ରବାର ବିଶ୍ବ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ । ଏହାର ଉତ୍ପାଦକାରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ଅଣ୍ଡା ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ଆଇଇସି ଗଠନ କରାଯାଇଥିଲା। ଅଣ୍ଡା କମ୍ କ୍ୟାଲୋରୀ, ଉଚ୍ଚମାନର ପ୍ରୋଟିନର ଉତ୍ସ । ପ୍ରୋଟିନ ସହ ଅଣ୍ଡାରେ ଭିଟାମିନ ବି ଏବଂ ଡି ମଧ୍ୟ ରହିଥାଏ । ଖଣିଜ ପଦାର୍ଥର ଏକ ଭଲ ଅଂଶ , ଯାହା ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ।

ତେବେ ଆଜି ବିଶ୍ୱ ଅଣ୍ଡା ଦିବସରେ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରି ଅଣ୍ଡାର ପ୍ରତିକୃତି ସହ WORLD Eggs Day ର ବାର୍ତ୍ତା ଦେଈଛନ୍ତି। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସବୁଠାରୁ ସୁଲଭ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରୁ ଗୋଟିଏ ହୋଇଥିବାରୁ, ଅଣ୍ଡା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ଖିଆଯାଏ । ଅଣ୍ଡାର ଏପରି ବହୁମୁଖୀତା ଏବଂ ପୁଷ୍ଟିକର ମୂଲ୍ୟବୋଧକୁ ଲୋକଙ୍କ ନିକଟରେ ଆଜିର ଦିନରେ ପହଞ୍ଚାଯାଏ ।

Leave A Reply

Your email address will not be published.