Latest Odisha News

ବିଶ୍ବ ହାତୀ ଦିବସ: ଏହି ଫିଲ୍ମରେ ଦେଖିବାକୁ ମିଳେ ମଣିଷ ଓ ହାତୀ ମଧ୍ଯରେ ବନ୍ଧୁତ୍ୱର ନିବିଡ଼ ସମ୍ପର୍କ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୨ରେ ପାଳନ ହୁଏ ବିଶ୍ବ ହାତୀ ଦିବସ। କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ଏହି ବିଶାଳ ଜୀବଟି ପଛାଏ ନାହିଁ, ତାହାର ଦୃଷ୍ଟାନ୍ତ ଅନେକ ଚଳଚ୍ଚିତ୍ର ଗୁଡ଼ିକରେ ଦୃଶ୍ୟମାନ ହୋଇଥାଏ। ମଣିଷ ଓ ହାତୀ ଭିତରେ ବନ୍ଧୁତାର ସାକ୍ଷୀ ବଲିଉଡର କିଛି ଫିଲ୍ମ ସମ୍ପର୍କରେ ଜାଣନ୍ତୁ…

ହାତୀ ମେରେ ସାଥୀ- ୧୯୭୧ରେ ରିଲିଜ ହୋଇଥିବା ରାଜେଶ ଖାନ୍ନାଙ୍କ ଫିଲ୍ମ ‘ହାଥୀ ମେରେ ସାଥୀ’ ରେ ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତ୍ୱର ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଆଜି ଯାଏଁ ମଧ୍ୟ ଫିଲ୍ମକୁ କେହି ଭୁଲି ନାହାନ୍ତି।

ଦୋସ୍ତ- ୧୯୮୯ରେ ମିଥୁନ ଚକ୍ରବର୍ତ୍ତୀଙ୍କ ଆଉ ଏକ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମ ବି ହାତୀ ଏବଂ ମଣିଷର ସମ୍ପର୍କ ଉପରେ ଆଧାରିତ ଥିଲା। ଯାହାର ନାଁ ଥିଲା ‘ଦୋସ୍ତ’।

ଅଧିକ ପଢନ୍ତୁ- ଆଜି ବିଶ୍ବ ହସ୍ତୀ ଦିବସ: ‘ହାତୀମାନଙ୍କ ପାଇଁ ଅନୁକୂଳ ବାସସ୍ଥାନ ନିଶ୍ଚିତ କରିବାକୁ ଭାରତ ପ୍ରତିବଦ୍ଧ

ଜଙ୍ଗଲୀ-  ୨୦୧୯ରେ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ଜଙ୍ଗଲୀ’ରେ ମଣିଷ ଏବଂ ହାତୀ ମଧ୍ୟରେ ଏଭଳି ସମ୍ପର୍କ ଦେଖାଯାଇଥିଲା, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ।

କାହିଁକି ପାଳନ କରାଯାଏ ହସ୍ତୀ ଦିବସ-

ତେବେ ପ୍ରତିବର୍ଷ ଅଗଷ୍ଟ ୧୨ରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇ ହାତୀମାନଙ୍କ ସୁରକ୍ଷା ପାଇଁ ସଚେତନ ଜାରି କରାଯାଏ। ଏସିଆ ଓ ଆଫ୍ରିକା ମହାଦେଶରେ ବସବାସ କରୁଥିବା ହାତୀମାନଙ୍କର ସଂଖ୍ୟା ବୃଦ୍ଧି କରିବା ଓ ସେମାନଙ୍କୁ ଏକ ଅନୁକୂଳ ବାସସ୍ଥାନ ଯୋଗାଇବା ପାଇଁ ସଚେତନମୂଳକ ପଦକ୍ଷେପ ନିଆଯାଏ ।

 

Comments are closed.