ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ ଅବଶ୍ୟ ଦୂରରେ ବସି କଂଟ୍ରୋଲ କରାଯାଉଥିଲା । ସମସ୍ତ ରୋବୋଟର ଉଚ୍ଚତା ୧.୩ ମିଟର ଥିବା ବେଳେ ଓଜନ ୩୫ କିଲୋଗ୍ରାମ ରହିଥିଲା । ଦ୍ରୁତ ବେଗରେ ଏହା ଗତି କରିବା ସହ ୨୩ ଡିଗ୍ରୀ ବୁଲି ପାରୁଥିଲେ । ପଡିବା ପରେ ସେମାନେ ସଙ୍ଗେ ସଙ୍ଗେ ଉଠୁଥିଲେ । ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ଏଆଇ ଷ୍ଟ୍ରେଟଜିଷ୍ଟ ବିଜୟ ହାସଲ କରିଥିଲା ।
ରୋବୋଟ ପଡିଯିବା ପରେ ୮ ସେକେଣ୍ଡ ସମୟ ଦିଆ ଯାଉଥିଲା । ଏହା ମଧ୍ୟରେ ରୋବୋଟ ଉଠି ନ ପାରିଲେ ଅନ୍ୟ ରୋବୋଟକୁ ବିଜୟୀ ଘୋଷିତ କରାଯାଉଥିଲା । ଆକ୍ରମଣ କିପରି କରାଯିବ, ଚାଲର ଅନୁମାନ ଲଗାଇବା ସବୁ କିଛି ବୁଦ୍ଧି ଏଥିରେ ପ୍ରୟୋଗ କରାଯାଇଥିଲା । ଦର୍ଶକମାନେ ଏହାକୁ ବେଶ ଉପଭୋଗ କରିଥିଲେ । ଆଗକୁ ବଡ ଧରଣର ବକ୍ସିଂ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷcରୁ କୁହାଯାଇଛି ।
Comments are closed.