Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ ହଳ : ଯାହାର ଓଜନ ୩୦ ହଜାର କିଲୋ

ଜର୍ମାନୀ: ଆଗରୁ ଚାଷ କାର୍ଯ୍ୟରେ ବଳଦ ହଳ ବ୍ୟବହାର କରାଯାଉଥିଲା । ହେଲେ ଯୁଗ ବଦଳିବା ସହିତ ଏହି କାର୍ଯ୍ୟକୁ ହଳ ବଦଳରେ ମେସିନ କରୁଛି । ତେବେ ଦୁନିଆର ସବୁଠୁ ବଡ ହଳ ଦେଖିଛନ୍ତି ? ଯାହା ବହୁ ବର୍ଷ ପୂର୍ବେ କାର୍ଯ୍ୟ କରୁଥିଲା । ଏହିି ହଳ ଏବେ ଜର୍ମାୀର ଏକ ସଂଗ୍ରହାଳୟରେ ପଡ଼ି ରହିଛି ।

ଜର୍ମାନୀର ଏମ୍ସଲ୍ୟାଣ୍ଡରେ ରହିଛି ଦୁନିଆର ସବୁଠୁ ବଡ଼ ହଳ । ଏହାର ଓଜନ ପ୍ରାୟ ୩୦ ହଜାର କିଲୋଗ୍ରାମ । ଏହି ହଳକୁ ଓଟୋମିୟର ମାମୁଟ୍ ବୋଲି କୁହାଯାଏ । ଏହାଦ୍ୱାରା ଚାଷ କାର୍ଯ୍ୟ କରାଯାଉଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହଳ ୨ ମିଟର ପର୍ଯ୍ୟନ୍ତ ଏକ ଗାତ ଖୋଳି ପାରୁଥିଲା, ଯାହା ମାଧ୍ୟମରେ କ୍ଷେତରେ ଚାଷ କରାଯାଉଥିଲା । କିନ୍ତୁ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଶ୍ଚିମ ଜର୍ମାନୀ ସରକାର ନିଷ୍ପତ୍ତି ନେଇଥିଲେ ଯେ ଦେଶର ଅନ୍ୟ କ୍ଷେତ୍ର ତୁଳନାରେ ଜର୍ମାନୀର ଅଗ୍ରଗତି ଏକ ପ୍ରକାର ଠପ୍ ହୋଇଯାଇଛି । ତେଣୁ ଦେଶର ଉନ୍ନତି କରିବା ପାଇଁ ସରକାରୀ ଭାବେ ଅଭିଯାନ ଆରମ୍ଭ ହୋଇଥିଲା ।

ଏଠାରେ ଶହ ଶହ ବର୍ଷ ଧରି ଚାଷଜମିଗୁଡ଼ିକ ଖାଲି ପଡି ରହିଥିଲା । କିନ୍ତୁ ଜର୍ମାନ ଇଞ୍ଜିନିୟର ଅଟୋମିୟର ମେସିନ ଦ୍ୱାରା ଏହି ଜମିକୁ ଉର୍ବର କରିବା ଆରମ୍ଭ କରିଥିଲେ । ଏତେ ବଡ ଅଞ୍ଚଳକୁ ହଳ କରିବା ପାଇଁ ତାଙ୍କ ଟିମ୍ ଦିନରାତି ଏକ ବିରାଟ ହଳ ନିର୍ମାଣ କରିବାରେ ସଫଳ ହୋଇଥିଲେ । ଏଥିରେ ଚାରୋଟି ଶକ୍ତିଶାଳୀ ବାଷ୍ପ ଟ୍ରାକ୍ସନ୍ ଇଞ୍ଜିନ୍ ଲଗାଯାଇଛି । ଏଥିରେ ବଡ ବଡ଼ ୨ଟି ଚକ ରହିଥିଲା, ଯାହାର ବ୍ୟାସ ୪ ମିଟର ଥିଲା । ଆଉ ଏଥିରେ ବଡ଼ ବଡ଼ ବ୍ଲେଡଗୁଡିକ ମଧ୍ୟ ରହିଥିଲା , ଯାହାଦ୍ୱାରା ଭୂମିରେ ୨ ମିଟର ପର୍ଯ୍ୟନ୍ତ ଏକ ଗାତ ଖୋଳିପାରେ । ଏହା ଏତେ ଭାରୀ ଥିଲା ଯେ କୌଣସି ଟ୍ରାକ୍ଟର ଏହାକୁ ଟାଣି ପାରିବ ନାହିଁ । ୧୯୫୦ ଦଶକରେ ଏହିପରି ବାରଟି ହଳ ନିର୍ମାଣ କରାଯାଇଥିଲା । ୧୨ ବର୍ଷରେ, ଏହି ହଳ ଦ୍ୱାରା ୧୭ ହଜାର ହେକ୍ଟର ଜମି ଚାଷ କରାଯାଇଥିଲା । ଏବେ ଏହି ହଳ ସଂଗ୍ରହାଳୟ ରଖାଯାଇଛି ।

Comments are closed.