Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ମହିଳା ସିଙ୍ଗଲ୍ସ ଫାଇନାଲରେ ସେବଲେଙ୍କା-ରେବକିନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବେଲାରୁଷର ଏରିନା ସେବଲେଙ୍କା ଓ ଏରିନା ରେବିକିନାଙ୍କ ମଧ୍ୟରେ ଟାଇଟଲ ମୁକାବିଲା ହେବ । ବିଶ୍ୱର ଏକ ନମ୍ବର ଖେଳାଳି ସେବଲେଙ୍କା ସେମିଫାଇନାଲରେ ୟୁକ୍ରେନର ଏଲିନା ଶ୍ୱେତଲେନାଙ୍କୁ ୬-୨, ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ସେବଲେଙ୍କା ମ୍ୟାଚରେ ବିଜୟ ହାସଲ କରିବା ପାଇଁ ୧ ଘଂଟା ୧୬ ମିନିଟ ସମୟ ନେଇଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ସେବଲେଙ୍କାଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା ।

ଏଥିସହ ସେ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଫାଇନାଲରେ କ୍ରମାଗତ ୪ଥର ପାଇଁ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ୨ଜଣ ଖେଳାଳି ଏହି ସଫଳତା ହାସଲ କରିଥିଲେ । ଅଷ୍ଟ୍ରେଲିଆର ଏଭୋନ ଗୁଲାଗୋଙ୍ଗ ୧୯୭୧ରୁ ୭୭ ମଧ୍ୟରେ ୭ଥର ଏବଂ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସ ୧୯୯୭ରୁ ୨୦୦୨ ମଧ୍ୟରେ ୬ଥର ଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଅନ୍ୟ ଏକ ସେମିଫାଇନାଲରେ ପୂର୍ବତନ ୱିମ୍ବେଲଡେନ ଚାମ୍ପିୟନ ରେବକିନା ୬-୩ ଓ ୭-୬ରେ ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ ।

Leave A Reply

Your email address will not be published.