କେପଟାଉନ: କୁମ୍ଭୀର ପ୍ରାୟତଃ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚିବା କଷ୍ଟକର ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଦକ୍ଷିଣ ଆଫ୍ରିକାରେ ଏକ କୁମ୍ଭୀର ରହିଛି ଯାହାର ବୟସ ୧୨୪ ବର୍ଷ ହେବ । ସବୁଠାରୁ ବୟସ୍କ କୁମ୍ଭୀର ହେନେରୀର ଏବେ ୧୨୪ ବର୍ଷର ଜନ୍ମ ଦିବସ ପାଳନ କରାଯାଇଛି । ଏଠାକାର ବନ୍ୟଜୀବ ସଂରକ୍ଷଣ କେନ୍ଦ୍ରରେ ଏହା ରହୁଛି । ୧୯୦୦ରେ ହେନେରୀ ଜନ୍ମଗ୍ରହଣ କରିଥିଲା । ଏବେ ଏହାର ଓଜନ ୭୦୦ କିଲୋଗ୍ରାମ ଓ ଲମ୍ବ ୫ମିଟର । ହେନେରୀ ଏବେ ଛଅ କୁମ୍ଭୀର ସହ ରହୁଛି । ରିପୋର୍ଟ ମୁତାବକ ହେନେରୀ ୧୦,୦୦୦ରୁ ଅଧିକ ଛୁଆର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛି ।
ଅନ୍ୟ କୁମ୍ଭୀରଙ୍କ ପରି ହେନେରୀ ପରିଣତ ବୟସରେ ମଧ୍ୟ କୌଣସି ପ୍ରକାରର ରୋଗରେ ଆକ୍ରାନ୍ତ ହୋଇନି । ଆଉ କିଛି ବର୍ଷ ସେ ଆରାମରେ ବଂଚି ରହିବ ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି । ନିକଟରେ ବୈଜ୍ଞାନିକମାନେ ଏକ ପ୍ରକାର ଶାର୍କକୁ ପାଇଛନ୍ତି ଯାହା କି ୧୫୦ ବର୍ଷ ପର୍ଯ୍ୟନ୍ତ ବଂଚିପାରିବ । ହେନେରୀ ରକ୍ତ ଏବେ ବି ଥଣ୍ଡା ରହିବ ସହ ଶରୀରର ତାପମାତ୍ରାକୁ ଠିକ ଭାବେ ନିୟନ୍ତ୍ରଣ କରିପାରୁଛି । ଏହାର ଓଜନ ଓ ଆକାର ମଧ୍ୟ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।