Latest Odisha News

BREAKING NEWS

ଗଣେଶ ପୂଜା ଅବସରରେ “ବିଶ୍ବ ଶାନ୍ତି” ର ବାର୍ତ୍ତା

ପୁରୀ:  ରାତି ପାହିଲେ ଭଗବାନ ଗଣେଶଙ୍କର ପୂଜା ।  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି  । ଏଥିରେ ସେ  ବିଶ୍ବକୁ “World Peace” ର ବାର୍ତ୍ତା ଦେଇଛନ୍ତି  ।

ବିଘ୍ନହର୍ତ୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଇଥାନ୍ତି ।  ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟ ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି ।  ଏବେ ବିଶ୍ୱ ରେ ଯୁଦ୍ଧର  ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ |

ଏହି ବାଲୁକା କଳାଟି 15ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15ଟନ ବାଲି ଉପଯୋଗ କରାଯାଇଛି  ।  ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା  ।

Leave A Reply

Your email address will not be published.