Latest Odisha News

BREAKING NEWS

ସବୁଠୁ ଲମ୍ବା ଦାଢି ପାଇଁ ୩ ଥର କଲେଣି ବିଶ୍ୱ ରେକର୍ଡ଼

କାନାଡ଼ା: କାନାଡାର ନାଗରିକ ସୌରଭ ସିଂ ଏକ ବିଶେଷ କାରଣ ପାଇଁ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ଏହାର କାରଣ ହେଉଛି ତାଙ୍କର ଲମ୍ବା ଦାଢି । ଯାହାର ଲମ୍ବ ୮ ଫୁଟ ୨୫ ଇଞ୍ଚ । ସବୁଠୁ ବଡ଼ କଥା, ଏହି ଲମ୍ବା ଦାଢି ପାଇଁ ସେ ଥରେ କି ଦୁଇ ଥର ନୁହେଁ ୩ ଥର ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେଣି । ଏବେ ସୌରଭ କୁଆଡ଼େ ବି ଗଲେ ଲୋକେ ତାଙ୍କ ଲମ୍ବା ଦାଢି ଦେଖିବା ପାଇଁ ଭିଡ଼ ଜମାଉଛନ୍ତି ।

ସୌରଭ କୁହନ୍ତି, ମୋତେ ଯେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା ସେବେଠାରୁ ମୁଁ କେବେ ଦାଢି କାଟିନାହିଁ । ଏହା ମୋ ପାଇଁ ଭଗବାନଙ୍କ ଉପହାର ସଦୃଶ । ଶିଖ ସମ୍ପ୍ରଦାୟରେ ମଧ୍ୟ ଦାଢି କାଟିବା ଅଶୁଭ ବୋଲିି ବିବେଚନା କରାଯାଏ । ସେ ତାଙ୍କ ଦାଢିର ଖୁବ୍ ଯତ୍ନ ନେଇଥାନ୍ତି । ପ୍ରତ୍ୟେକ ଦିନ ସେ ଏକ ପାଣି ଭର୍ତ୍ତି ଟବ୍‌ରେ ଭିଜାଇ ରଖନ୍ତି । ପରେ ସେଥିରେ ସାମ୍ପୁ ଓ କଣ୍ଡିସନର ବ୍ୟବହାର କରିଥାନ୍ତି । ତାଙ୍କର ଏହି ଲମ୍ବା ଦାଢି ପାଇଁ ୨୦୦୮ ମସିହାରେ ପ୍ରଥମ ଥର ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ସେତେବେଳେ ଦାଢିର ଲମ୍ବ ଥିଲା ୭. ୮ ଇଞ୍ଚ । ସେହିପରି ୨୦୧୦ରେ ମଧ୍ୟ ପୁଣି ରେକର୍ଡ଼ କରିଥିଲେ । ସେତେବେଳେ ଏହାର ଲମ୍ବ ୭ ଫୁଟ୍ ୯ ଇଞ୍ଚ ଥିଲା । ୨୦୨୨ ମସିହାରେ ତୃତୀୟ ଥର ପାଇଁ ନିଜ ନାମକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ, ଯେତେବେଳେ ଦାଢିର ଲମ୍ବ ୮ ଫୁଟ ୨୫ ଇଞ୍ଚ ଥିଲା ।

Comments are closed.