ଟୋକିଓ: କେନିୟାର ଷ୍ଟାର ଆଥଲେଟ ତଥା ବିଶ୍ୱରେକର୍ଡଧାରୀ ଇଲିଡ କିପଚୋଗେ ଅଲିମ୍ପିକ୍ସରେ ପୁନର୍ବାର ତାଙ୍କ ପ୍ରାଧାନ୍ୟ ବଳବତର ରଖିଛନ୍ତି । ପୁରୁଷ ମାରାଥନ ଟାଇଟଲରେ ସେ ସହଜରେ ନେଦରଲାଣ୍ଡ ଓ ବେଲଜିୟମର ଆଥଲେଟଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଟୋକିଓରେ ସେ ୨ ଘଂଟା ୮ ମିନିଟ ୩୮ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନରେ ରହିଥିଲେ ।
ନେଦରଲାଣ୍ଡର ଆବଦି ନାଗାୟି ୮୦ ସେକେଣ୍ଡ ପଛରେ ରହି ରୌପ୍ୟ ଏବଂ ବେଲଜିୟମର ବାଶିର ଆବିଦ(୨:୧୦:୦୦) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୩୬ ବର୍ଷୀୟ କିପଚୋଗେ ମାରାଥନରେ ୨ଟି ସ୍ୱର୍ଣ୍ଣ ଜିତିବାରେ ଓଭରାଲ ତୃତୀୟ ଆଥଲେଟ ହୋଇଛନ୍ତି ।
Comments are closed.