Latest Odisha News

BREAKING NEWS

ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ, ୨୦୧୯ ଅପେକ୍ଷା ଅଧିକ ମହିଳା ଭୋଟର

ନୂଆଦିଲ୍ଲୀ: ସରିଯାଇଛି ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି ବାହାରିବ ପରିଣାମ । ଏହାରି ଭିତରେ ପ୍ରେସମିଟ କରିଛନ୍ତି ଭାରତୀୟ ନିର୍ବାଚନ ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଏଥର ଲୋକ ସଭା ନିର୍ବାଚନରେ ୬୪.୨କୋଟି ଲୋକ ଭୋଟ ଦେଇଛନ୍ତି। ସେଥିମଧ୍ୟରୁ ୩୧ କୋଟି ମହିଳା ଏବଂ ୩୩ କୋଟି ପୁରୁଷ ଭୋଟ ଦେଇଛନ୍ତି।  ବିଶ୍ବରେ ଦେଶ ଏପର୍ଯ୍ୟନ୍ତ ସର୍ବାଧିକ ମତଦାନ ଗ୍ରହଣ କରିଛି । ଖାଲି ଏତିକି ନୁହେଁ, ଚାଲିଥିବା ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବା ମନ୍ତବ୍ୟ ରଖିବା ସହ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ଠାରୁ ୨୦୨୪ରେ ଅଧିକ ମହିଳା ଭୋଟର ରହିଥିବା ସେ ମତ ବ୍ୟକ୍ତ କରିଛନ୍ତି । ୨୭ଟି ରାଜ୍ୟରେ ରି-ପୋଲିଂ ବା ପୁନଃ ମତଦାନ ହୋଇ ନ ଥିବା ସେ କହିଛନ୍ତି।

ସେହିପରି ଜମ୍ମୁ ଓ କାଶ୍ମୀରରେ ଗତ ୪ ଦଶନ୍ଧୀରେ ସବୁଠୁ ଅଧିକ ମତଦାନ ହୋଇଛି । ଉପତ୍ୟକାରେ ୫୧.୦୫ ପ୍ରତିଶତ ପୋଲିଂ ହୋଇଛି । ମାତ୍ର ୩୯ଟି ବୁଥରେ ପୁନର୍ବାର ମତଦାନ ହୋଇଛି । ସାରା ଦେଶରେ ଶାନ୍ତି ଶୃଙ୍ଖଳାର ସହ ପୋଲିଂ ସରିଛି । ସାତଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ କୌଣସି ବଡ଼ ହିଂସାକାଣ୍ଡ ଘଟିନି । ଏହି ନିର୍ବାଚନରେ ୬୮ ହଜାର ମନିଟରିଂ ଟିମ, ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ଥିଲେ । ୪ ଲକ୍ଷ ଯାନବାହନ, ୧୩୫ ସ୍ବତନ୍ତ୍ର ଟ୍ରେନ୍‌, ୧୬୯୨ ବିମାନ, ହେଲିକପ୍ଟର ଆଦି ବ୍ୟବହାର କରାଯାଇଥିଲା। ୪୯୫ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରୁ ୯୦ ପ୍ରତିଶତ ସମାଧାନ ହୋଇଛି।ଲୋକ ସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷ ଯାନ, ୧୩୫ ଟି ସ୍ବତନ୍ତ୍ର ଟ୍ରେନ ଏବଂ ୧,୬୯୨ ଟି ବିମାନ ବ୍ୟବହାର କରାଯାଇଥିଲା। ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାରେ ୬୮,୦୦୦ ରୁ ଅଧିକ ମନିଟରିଂ ଦଳ, ୧.୫କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ। ସିଇସି ରାଜୀବ କୁମାର ସୋସିଆଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ‘ଲାପତା ଜେଣ୍ଟଲମ୍ୟାନ’ କୁହାଯାଇଥିବା ମିମ୍ସକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଚନ୍ତି । କହିଛନ୍ତି,  ଆମେ ସବୁବେଳେ ଏଠାରେ ଥିଲୁ, କେବେ ବି ଅଦୃଶ୍ୟ ହୋଇନଥିଲୁ।

Leave A Reply

Your email address will not be published.