Latest Odisha News

BREAKING NEWS

୩୭୦୦ କିଲୋ ଖେଚୁଡ଼ି ରାନ୍ଧି ବିଶ୍ୱ ରେକର୍ଡ

ଭୋପାଳ: ଭୋପାଳରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଶିମଲା ପରେ ଏବେ ଭୋପାଳରେ ହଜାର ହଜାର କିଲୋଗ୍ରାମ ପନିପରିବା ସହିତ ୩୭୦୦ କିଲୋଗ୍ରାମ ଖେଚୁଡ଼ି ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହୋଇଛି ।

ଭୋପାଳର ଆୱାଦପୁରୀର ସାଇ ମନ୍ଦିରରେ ହଜାର ହଜାର କିଲୋ ଖେଚୁଡ଼ିି ପ୍ରସ୍ତୁତ କରାଯାଇଛି । ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକରଣ କରିବା ପାଇଁ ଏହା ଆୟୋଜନ କରାଯାଇଛି । ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ ର କର୍ମଚାରୀ ରମେଶ କୁମାର ମହାଜନ ୩୭ ବର୍ଷ ପରେ ଅବସର ନେଉଛନ୍ତି । ଏଭଳି ପରିସ୍ଥିତିରେ ସେ ୩୭୦୦ କିଲୋଗ୍ରାମ ଖେଚୁଡ଼ିି କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ଖେଚୁଡ଼ି ପାଇଁ ୩ କ୍ୱିଣ୍ଟାଲରୁ ଅଧିକ ପନିପରିବା ବ୍ୟବହାର କରାଯାଇଛି । ଖେଚୁଡିରେ ୬୫ କିଲୋଗ୍ରାମ ଆଳୁ, ୬୫ କିଲୋଗ୍ରାମ କଖାରୁ, ୬୫ କିଲୋଗ୍ରାମ କୋବି, ୬୫ କିଲୋଗ୍ରାମ କୋବି, ୨୫ କିଲୋଗ୍ରାମ ଗାଜର, ୫୦ କିଲୋଗ୍ରାମ ବିନ୍‌ସ, ୪ କିଲୋଗ୍ରାମ ଅଦା, ୭ କିଲୋଗ୍ରାମ ସବୁଜ ଧନିଆ ପତ୍ର, ୩୦ କିଲୋଗ୍ରାମ ଟମାଟୋ ବ୍ୟବହାର କରାଯାଇଛି । ୩୫୦ କିଲୋଗ୍ରାମ ଚାଉଳ, ୬୦ କିଲୋଗ୍ରାମ ମୁଗ ଡାଲି, ୪୦ କିଲୋଗ୍ରାମ ହରଡ଼୍ ଡାଲି, ୨୦ କିଲୋଗ୍ରାମ ଚଣା ଡାଲି, ୪୦ କିଲୋଗ୍ରାମ ମଟର, ୧୫ କିଲୋଗ୍ରାମ କଦଳୀ, ୧୦୪ ଲିଟର ତେଲ, ୩ କିଲୋଗ୍ରାମ ମଖନ ଆଦି ବ୍ୟବହାର କରାଯାଇଛି । ଏହି ଖେଚୁଡି ଦୁଇ ହଜାର କିଲୋର ପ୍ୟାନରେ ତିଆରି କରାଯାଇଛି ।

ପୂର୍ବରୁ ଶିମଲାରେ ଜଣେ ବ୍ୟକ୍ତି ୨୦୨୦ ମସିହାରେ ୧୯୯୫ କିଲୋ ଗ୍ରାମର ଖେଚୁଡ଼ି ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କରିଥିଲେ । କିନ୍ତୁ ଏବେ ଏହି ରେକର୍ଡ଼କୁ ଭାଙ୍ଗି ଭୋପାଳର ରମେଶ କୁମାର ମହାଜନ ୩୭୦୦ କିଲୋଗ୍ରାମ ଖେଚୁଡ଼ି ସହିତ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

Comments are closed.