Latest Odisha News

BREAKING NEWS

ଦୁନିଆର ସବୁଠାରୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ  । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ ଅବସ୍ଥିତ, ଯାହାର ନାମ ହେଉଛି ସିଲାଣ୍ଡ । ଏହି ଦେଶ ଇଂଲଣ୍ଡର ସୁଫୋଲ୍କ ବିଚ୍ ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ରହିଛି ।

ସମୁଦ୍ର ମଧ୍ୟରେ ରହିଛି ଏହି ଛୋଟ ଦେଶ । ଏହା ଏକ ଦୁର୍ଗ ଉପରେ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନେ ଏହି ଦୁର୍ଗ ନିର୍ମାଣ କରିଥିଲେ। ପରେ ପରେ ଏହାକୁ ବ୍ରିଟେନ୍‌ ପକ୍ଷରୁ ନଷ୍ଟ କରିଦିଆଯାଇଥିଲା । ସେବେଠାରୁ ସିଲାଣ୍ଡକୁ ଅନ୍ୟଦେଶର ଲୋକମାନେ ନିଜର ଅଧିନକୁ ନେଇଥିଲେ । ଏହି ଦେଶକୁ ମାଇକ୍ରୋ ରାଷ୍ଟ୍ର କୁହାଯାଏ।

ପ୍ରାୟ ୧୩ ବର୍ଷ ପୂର୍ବରୁ ଆର୍ଥାତ୍‌ ୯ ଅକ୍ଟୋବର ୨୦୧୨ରେ ବ୍ରେଟ୍ସ ନାମକ ଜଣେ ବ୍ୟକ୍ତି ଏଠିକାର ପ୍ରିନ୍ସ ବୋଲି ଘୋଷଣା କରିଥିଲେ ।ବ୍ରେଟ୍ସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଏଠାରେ ଶାସନ କଲେ । ବର୍ତ୍ତମାନ ସିଲ୍ୟାଣ୍ଡକୁ ସବୁଠାରୁ ଛୋଟ ଦେଶ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଆନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିନାହିଁ । ସବୁଠାରୁ ବଡ଼ କଥା ହେଉଛି ଏଠାରେ କୌଣସି ହିଂସା ଦେଖିବାକୁ ମିଳେନାହିଁ । କି କୌଣସି ଦେଶ ଏହା ଉପରେ ଆକ୍ରମଣ କରନ୍ତି ନାହିଁ । ସିଲ୍ୟାଣ୍ଡରେ ଥିବା ଖମ୍ବର କ୍ଷେତ୍ରଫଳ ୨୫୦ ମିଟର ରହିଛି ।

Leave A Reply

Your email address will not be published.