ଭୁବନେଶ୍ୱର : ପ୍ରତିବର୍ଷ ମେ ୧୭ କୁ ବିଶ୍ୱ ଟେଲି-କମ୍ୟୁନିକେସନ ଓ ସୂଚନା ସମାଜ ଦିବସ ଭାବେ ପାଳନ ହୋଇଆସୁଛି । ଇଣ୍ଟରନେଟ୍ ଓ ଟେଲିଫୋନର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟରେ ପାଳିତ ହୋଇଆସୁଛି ଏହି ଦିବସ । ୧୯୬୯ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି ।
ପ୍ରତିବର୍ଷ ଜାତିସଂଘ ପକ୍ଷରୁ ଏହି ଦିବସକୁ ଏକ ସ୍ୱତନ୍ତ୍ର ଥିମ୍ କୁ ନେଇ ପାଳନ ହୋଇଥାଏ । ଚଳିତ ବର୍ଷର ଥିମ୍ ରହିଛି ‘କନେକ୍ଟ ୨୦୩୦’ ।
ପୂର୍ବରୁ ଏହା ବିଶ୍ୱ ଟେଲିକମ୍ୟୁନିକେସନ ଦିବସ ଭାବେ ପାଳିତ ହୋଇଆସୁଥିଲା । କିନ୍ତୁ ୨୦୦୬ ମସିହାରେ ଜାତିସଂଘରେ ଏହି ଦିବସ ସହ ସୂଚନା ସମାଜ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଥିଲା ।
ବର୍ତ୍ତମାନ କରୋନା ମହାମାରୀ ସମୟରେ ଇଣ୍ଟରନେଟ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହୋଇଛି । ଏହା ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଯାଇପାରୁଛି । ବର୍ତ୍ତମାନ ଇଣ୍ଟରନେଟ୍ ଓ ଟେଲିଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏହି ଦିବସ ଅବସରରେ ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟରେ ଲେଖିଛନ୍ତି ଯେ, ‘ଏବି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ ଅବସରରେ ମୁଁ ଟେଲିକମ ଓ ଇଣ୍ଟରନେଟ୍ ସେବା ଦ୍ୱାରା ଜଡିତ ପ୍ରତ୍ୟେକ କର୍ମଚାରୀଙ୍କ ଦାୟିତ୍ୱକୁ ପ୍ରଶଂସା କରୁଛି । ସେମାନଙ୍କ ପରିଶ୍ରମ ଯୋଗୁଁ ଲକ୍ଡାଉନ ସତ୍ତ୍ୱେ ଭାରତୀୟମାନେ ନିରବଚ୍ଛିନ୍ନ ଭାବେ ସେବା ପାଇ ଆସୁଛନ୍ତି । ’
Comments are closed.