Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଏଥର ୯ ନୁହେଁ ୧୨ ଟିମ ଖେଳିବ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଆଇସିସି ଏକ ବଡ ପରିବର୍ତନ କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇସିସି ଚେୟାରମ୍ୟାନ ଜୟ ଶାହା ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଡବ୍ଲ୍ୟୁଟିସିର ପରବର୍ତୀ ସଂସ୍କରଣ ୨୦୨୭ରୁ ଆରମ୍ଭ ହେବ । ଏଥିରେ ୧୨ଟି ଟିମ ଖେଳିବେ । ଏବେ ୯ଟିମ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଆଇସିସି ଜିମ୍ବାୱେ, ଆୟର୍ଲାଣ୍ଡ ଓ ଆଫଗାଗିନସ୍ତାନକୁ ସାମିଲ କରିବାକୁ ଯାଉଛି । ଏବେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ଡବ୍ଲ୍ୟୁଟିସିରେ ଅଂଶଗ୍ରହଣ କରୁଛନ୍ତି । ଏହି ଚାମ୍ପିୟନଶିପରେ ପ୍ରତ୍ୟେକ ଟିମ ତାଙ୍କ ପସନ୍ଦର ୬ଟି ଟିମ ସହିତ ଘରୋଇ ଓ ବିଦେଶ ମାଟିରେ ସିରିଜ ଖେଳିବ ।

ଶେଷରେ ସର୍ବାଧିକ ପଂଏଟ ହାସଲ କରିଥିବା ଦୁଇ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ନୂଆ ଟିମ ସାମିଲ ହେବା ପରେ ଏଥିରେ କଣ ପରିବର୍ତନ କରାଯିବ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ଭାରତ ଦୁଇ ଥର ଏହି ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ ।

Leave A Reply

Your email address will not be published.