Latest Odisha News

ବିଶ୍ବରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୬୪ ହଜାର ୮୯୪ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ,୧୧ ହଜାର,୬୦୯ ଛୁଇଁଛି।

କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ କରୋନା ସଂକ୍ରମଣର୍ ସଂଖ୍ୟା ଅନ୍ୟ ଦେଶ ମାନଙ୍କ ଠାରୁ ଢେର ଅଧିକା। ଏଠାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୬,୫୦୦ ଜଣ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଲେଣି ।

ସେହିଭଳି ଭାରତରେ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୯,୪୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୩୯ ଜଣ ପ୍ରାଣ ହରାଇଲେଣି ।

ଅନ୍ୟପଟେ ଓଡ଼ିଶାରେ ଏଯାବତ ୧୧୮ ଜଣ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Comments are closed.