Latest Odisha News

ଦୁନିଆର ସବୁଠୁ ବଡ କବରସ୍ଥାନ, ଏଠାରେ ରହିଛି ଲକ୍ଷ ଲକ୍ଷ ସମାଧି

ଇରାକ୍‌: ମଣିଷ ଜନ୍ମ ହୁଏ ଏବଂ ମୃତ୍ୟୁବରଣ କରେ । ଏହି ଦୁଇଟି ଦିଗ ହେଉଛି ଜୀବନର ସତ୍ୟ, ଯାହା କେବେ ବି ପରିବର୍ତ୍ତନ ହୋଇପାରିବ ନାହିଁ । ପରିବାରରେ କାହାର ମୃତ୍ୟୁ ହେଲେ ଘରର ସଦସ୍ୟମାନେ ତାଙ୍କର ଶେଷ ରୀତି ଠିକ୍ ଭାବେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏପରି ସ୍ଥାନରେ କରାଯିବା ଉଚିତ ଯେଉଁଠାରେ ଆତ୍ମା ସ୍ୱାଧୀନତା ପାଇଥାଏ ଏବଂ ଏହା ସିଧାସଳଖ ଈଶ୍ୱରଙ୍କ ନିକଟକୁ ଯାଇଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ । ଏହା ହେଉଛି ପ୍ରତ୍ୟେକ ଧର୍ମର ଲୋକମାନଙ୍କର ଚିନ୍ତାଧାରା । ମୁସଲମାନ ସମ୍ପ୍ରଦାୟରେ ଯଦି କେହି ମୃତ୍ୟୁବରଣ କରନ୍ତି, ସେମାନେ ବି ଚାହାନ୍ତି ମୃତ ବ୍ୟକ୍ତି ସିଧାସଳଖ ଆଲ୍ଲାହାଙ୍କ ଦ୍ୱାରରେ ପହଞ୍ଚନ୍ତୁ । ଏହି ଇଚ୍ଛା ପୂରଣ କରିବା ପାଇଁ ଇରାକର ମୁସଲମାନ ଲୋକମାନେ ନିଜ ସମ୍ପର୍କୀୟଙ୍କୁ ଏକ କବରସ୍ଥାନରେ ସମାଧି ଦିଅନ୍ତି, ଯାହା ସମୟ ସହିତ ଏତେ ବଢିଗଲା ଯେ, ଏହାକୁ ବିଶ୍ୱର ସର୍ବବୃହତ କବରସ୍ଥ୍ଥାନ ଭାବେ ବିବେଚନା କରାଯାଏ ।

ଇରାକର ନାଜାଫ ସହରରେ ରହିଛି ଦୁନିଆର ସବୁଠୁ ବଡ କବରସ୍ଥାନ । ଏହାର ନାମ ୱାଡି ଅଲ-ସଲାମ । ଯାହାର ଅର୍ଥ ହେଉଛି ‘ଶାନ୍ତି ଉପତ୍ୟକା\’ । ସିଆ ମୁସଲମାନମାନଙ୍କ ପାଇଁ ଏହି ସହର ହେଉଛି ପବିତ୍ରସ୍ଥାନ । ଏହି କାରଣରୁ ସିଆ ମୁସଲମାନମାନେ ସେମାନଙ୍କର ମୃତ ସମ୍ପର୍କୀୟଙ୍କୁ ସମାଧି ଦେବା ପାଇଁ ଏଠାରେ ଭିଡ଼ ଜମାନ୍ତି । ଯେହେତୁ ଏହି ଅଞ୍ଚଳରେ ଇସଲାମିକ୍ ଷ୍ଟେଟ୍ର ଆଧିପତ୍ୟ ବୃଦ୍ଧି ପାଇଛି, ସେହି ଦିନଠାରୁ ଏହି କବରସ୍ଥାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ରିପୋର୍ଟ ଅନୁଯାୟୀ, ଏପରି ଏକ ସମୟ ଥିଲା, ଯେତେବେଳେ ଏଠାରେ ୮୦ ରୁ ୧୨୦ ଜଣଙ୍କର ଶେଷ ରୀତିନୀତି କରାଯାଉଥିଲା । କିନ୍ତୁ ଯେହେତୁ ଇସଲାମିକ୍ ଷ୍ଟେଟ୍ ଏଠାରେ କବଜା କରିଆସୁଛି, ସେବେଠାରୁ ଏହି କବରସ୍ଥାନ ଆକାର ବୃଦ୍ଧି ପାଉଛି । କବରସ୍ଥାନର ଐତିହାସିକ ଜିହାଦ୍ ଅବୁ ସାୟବୀ କହିଛନ୍ତି ଯେ ବର୍ତ୍ତମାନ ଏଠାରେ ପ୍ରତିଦିନ ୧୫୦ ରୁ ୨୦୦ ଲୋକଙ୍କୁ ସମାଧି ଦିଆଯାଉଛି । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଧି ରହିଛି । ଏବେ ପ୍ରଶ୍ନ ଉଠିଛି ଯେ, ସିଆ ମୁସଲମାନମାନେ ନିଜ ସମ୍ପର୍କୀୟଙ୍କୁ ଏଠାରେ କବର ଦେବାକୁ କାହିଁକି ଚାହୁଁଛନ୍ତି? ଏହି କବରସ୍ଥାନର ଅତି ନିକଟବର୍ତ୍ତୀ ହେଉଛି ତାଙ୍କର ପ୍ରଥମ ଇମାମ ଅଲି ବିନ୍ ଅବି ତାଲିବଙ୍କ ସମାଧି । ସେ ଭବିଷ୍ୟଦ୍‌ବକ୍ତା ମହମ୍ମଦଙ୍କ ପୁତୁରା ଥିଲେ । ଏହି କାରଣରୁ, ଲୋକମାନେ ନିଜ କବର ନିକଟରେ ନିଜ ପ୍ରିୟଜନଙ୍କ କବର ତିଆରି କରିବାକୁ ଚାହାଁନ୍ତି ।

Comments are closed.