Latest Odisha News

ଦୁନିଆର ସବୁଠୁ ବଡ଼ ପାଣିଜାହାଜ : ଭିତରେ ରହିଛି ଆଶ୍ଚର୍ଯ୍ୟଜନକ ସୁବିଧା ସୁଯୋଗ

ଫିନଲାଣ୍ଡ: ଯଦି ଆପଣ ହଲିଉଡ଼ ତିଆରି ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ସିନେମା ପ୍ରଳୟ ୨୦୧୨ ଦେଖିଥିବେ ସେଥିରେ ଗୋଟିଏ କଥା ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଥିବ । ସେ ଚଳଚ୍ଚିତ୍ରରେ ପୃଥିବୀ ଧ୍ୱଂସ ପାଇବାକୁ ଯାଉଥିବା ବେଳେ ଗୋଟିଏ ପାଣି ଜାହାଜ ଜରିଆରେ ମାନବ ସମାଜର ଅସ୍ମିତକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଇଛି । ଏହି ଘଟଣା କଳ୍ପନା ପ୍ରସ୍ତୁତ ହୋଇପାରେ, କିନ୍ତୁ ତାହା ଏବେ ସତ ହେବାକୁ ଯାଉଛି । ବିଶ୍ୱର ସବୁଠାରୁ ବିରାଟକାୟ ,ଆରାମଦାୟକ ଓ ଆଶ୍ଚର୍ଯ୍ୟଜନକ ପାଣି ଜାହାଜ ‘ରୟାଲ କାରିବିୟାନ୍‌ସ ଆଇକନ୍ ଅଫ୍ ସିଜ୍‌’ ଜରିଆରେ ଏହି କଥା ସାମ୍ନାକୁ ଆସୁଛି ।

ଦୁନିଆର ସବୁଠୁ ବଡ଼ ପାଣିଜାହାଜ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଜାହାଜଟି ଏତେ ବଡ଼ ଯେ, ଆଖି ପାଉନି । ପୂରା ସହର ଏଥିରେ ସ୍ଥାପନ କରାଯାଇଛି । ଏହି ଜାହାଜ ଆସନ୍ତା ବର୍ଷ ପ୍ରଥମ କରି ଯାତ୍ରା ଆରମ୍ଭ କରିବ । ଅନେକ ବିଚାରବିମର୍ଷ ପରେ ଏହି ବିଶାଳକାୟ ଜାହାଜର ନାମ ରଖାଯାଇଛି ‘ରୟାଲ କାରିବିୟାନ୍‌ସ ଆଇକନ୍ ଅଫ୍ ସିଜ୍‌’ । ଏହାର ଭିତରେ ଅନେକ ସୁବିଧାସୁଯୋଗ ରହିଛି । ଯେମିତି କିି ୱାଟର ପାର୍କଠାରୁ ଆରମ୍ଭ କରି ୯ଟି ସୁଇମିଂ ପୁଲ୍ ରହିଛି । ସହରରେ ରହିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଏହି ଜାହାଜରେ ଉପଲବ୍ଧ ହେବ ।

ଏହି ଜାହାଜ ଆସନ୍ତା ବର୍ଷ ପ୍ରଥମ କରିଯାତ୍ରା ଆରମ୍ଭ କରିବାକୁ ଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ଏହି ଜାହାଜଟି ଫିନଲାଣ୍ଡରେ ନିର୍ମାଣ କରାଯାଇଛି । ଏହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ଆକୃଷ୍ଟ କରିିଛି । ଏହା ଭିତରେ ପ୍ରାୟ ୪୦ ରେଷ୍ଟୁରାଣ୍ଟ ମଧ୍ୟ ଅଛି ।

ଏହି ଜାହାଜର ନିର୍ମାଣ ବିଷୟରେ କହିବା, ତେବେ ଏହା ସବୁଠୁ ବଡ଼ ଜାହାଜ । ଏହାର ଓଜନ ୧୦୦୦୦୦ ଟନ୍‌ରୁ ଅଧିକ । ଯାହା ୨୭ ଲକ୍ଷ ୫୮ ହଜାର ଏବଂ ୮ଶହ ଲୋକଙ୍କ ଓଜନ ସହିତ ସମାନ । ଆସନ୍ତା ବର୍ଷ ଆରମ୍ଭରେ ଏହି ଜାହାଜ ଲଞ୍ଚ କରାଯିବ ବୋଲି କୁହାଯାଉଛି । ଏହା ଉପରେ ୫ ହଜାର ୬୧୦ ଯାତ୍ରୀ ଏକ ସମୟରେ ଯାତ୍ରା କରିପାରିବେ ।

 

Comments are closed.