Latest Odisha News

ଦୁନିଆର ସବୁଠୁ ଦାମୀ ମହୁ; ଯାହାର କିଲୋ ୯ ଲକ୍ଷ ଟଙ୍କା

ତୁର୍କୀ: ମହୁ ଆମ ଶରୀରରେ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମହୁର ମୂଲ୍ୟ ? ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଉ ଭାବିବେ ଏହା ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବେ ।

ଦୁନିଆର ସବୁଠୁ ଦାମୀ ମହୁର ନାମ ହେଉଛି \’ଏଲଭିଶ୍ ମହୁ\’, ଯାହା ତୁର୍କୀର କଳା ସାଗର ଅଞ୍ଚଳରେ ଉତ୍ପାଦିତ ହୋଇଥାଏ । ଏକ ବିରଳ ତଥା ମହଙ୍ଗା ପ୍ରକାର ମହୁ ଅଟେ । ଏହାର ସ୍ୱାଦ ଅନ୍ୟ ମହୁଠାରୁ ନିଆରା । ସ୍ୱାଦ ହେତୁ ଏହାର ମୂଲ୍ୟ ବହୁତ ଅଧିକ । ଏହାକୁ ଦୁନିଆର ଶୁଦ୍ଧ ମହୁ ବୋଲି ବିବେଚନା ମଧ୍ୟ କରାଯାଏ । ଏହାର କିଲୋଗ୍ରାମ ପ୍ରାୟ ୯ ଲକ୍ଷ ଟଙ୍କା ରହିଛି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଏହି କିସମର ମହୁର ମୂଲ୍ୟ ଏତେ ଅଧିକ କାହିଁକି? ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆପଣ ଦେଖିପାରିବେ ଯେ, ଜଣେ ବ୍ୟକ୍ତି ମହୁମାଛି ବସାରୁ ମହୁ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ମହୁମାଛି ତାଙ୍କୁ ସବୁ ଦିଗରୁ ଘେରି ରହିଛନ୍ତି । ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ବସିଛନ୍ତି । । ତାଙ୍କ ଶରୀରର ଟିକେ ଅଙ୍ଗ ବି ଦେଖାଯାଉ ନାହିଁ । ଏହା ସତ୍ତ୍ୱେ ସେ ମହୁମାଛିରୁ ମହୁ ବାହାର କରୁଛନ୍ତି । ଯଦି ଗୋଟିଏ ମହୁମାଛି ଆମ ପାଖକୁ ଆସେ, ଆମେ ଭୟଭୀତ ହୋଇଥାଉ । ଆଉ ସେମାନେ ଯଦି ଆକ୍ରମଣ କରନ୍ତି, ପୁରା ଶରୀର ଫୁଲିଯିବା ସହ ଯନ୍ତ୍ରଣା ବହୁତ ହୋଇଥାଏ । କିଛି ଏହି ବ୍ୟକ୍ତିଙ୍କୁ ମହୁମାଛି ସବୁ ଦିଗରୁ ଆକ୍ରମଣ କରୁଛନ୍ତି । ସେ ତାଙ୍କୁ ହୁଡ଼ାଇବାକୁ ଚେଷ୍ଟା କରୁଛନ୍ତି, ତଥାପି ସେ ହଟିବାର ନାଁ ନେଉନାହାଁନ୍ତି । ଏହି ବ୍ୟକ୍ତିଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ଜଣେ ଉପଭୋକ୍ତା ଏହି ମହୁ ବିଷୟରେ କହିଛନ୍ତି ଯେ, ଏହାକୁ \”ମ୍ୟାଡ୍ ହନି\” କୁହାଯାଏ । ଏହା ଏକ ସାଇକେଡେଲିକ୍ ପଦାର୍ଥ, ଯାହା ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ମହୁମାଛି ଜନ୍ମ ହୋଇଥାନ୍ତି । ସାଧାରଣତଃ ଏହା ନେପାଳର ପାହାଡରେ ଦେଖାଯାଏ । ଏହାକୁ ଲୋକମାନେ ସ୍ମରଣଶକ୍ତି ବଢାଇବା ପାଇଁ ବ୍ୟବହାର କରିବା ସହ ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି ।

Comments are closed.